ଢେଙ୍କାନାଳର ୮ଟି ରେଞ୍ଜର ଜଙ୍ଗଲରେ ଅଛନ୍ତି ପ୍ରାୟ ୧୦ ବାଘ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବାଘ ଅଛନ୍ତି । ବନ ବିଭାଗ ପକ୍ଷରୁ ଜଙ୍ଗଲରେ ଲଗାଯାଇଥବା ଟ୍ରାପ କ୍ୟାମେରା କଏଦ ହୋଇଛି ବାଘର ଚିତ୍ର । ଜିଲ୍ଲାର ୮ଟି ଯାକ ରେଞ୍ଜର ବିଭିନ୍ନ ସ୍ଥାନରେ ସମୁଦାୟ ୬୦ଟି ଟ୍ରାପ୍ କ୍ୟାମେରା ଖଞ୍ଜା ଯାଇଥିଲା । ସେଥିରେ ଏକ ଚିତା ବାଘର ଫଟୋ କଏଦ ହୋଇଛି ।
ଜଙ୍ଗଲରେ ଜୀବଜନ୍ତୁ ଓ ଶିକାରୀ ମାନଙ୍କ ଉପରେ ନଜର ରଖିବାକୁ ଲଗାଯାଇଥିବା ଏହି କ୍ୟାମେରା ଗୁଡ଼ିକରେ ବିଭିନ୍ନ ବିରଳ ପଶୁପକ୍ଷୀ ଓ ଜୀବଜନ୍ତୁଙ୍କ ଫଟୋ ରହିଛି । ଢେଙ୍କାନାଳର ବିଭିନ୍ନ ଜଙ୍ଗଲରେ ପ୍ରାୟ ୧୦ଟି ବାଘ ଥିବା ଅନୁମାନ କରାଯାଉଛି । ଏନେଇ ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନି ନନ୍ଦିଘୋଷ ଟିଭିକୁ ସୂଚନା ଦେଇଛନ୍ତି ।