ଧଉଁରାଭଟା ଗାଁରେ ବାଘ ଆତଙ୍କ, ବଳଦ ମାରି ଖାଇଥିବା ଅଭିଯୋଗ

ନୂଆପଡ଼ା: ନୂଆପଡା ଜିଲ୍ଲା କୋମନା ରେଞ୍ଜ ଅନ୍ତର୍ଗତ ଧଉଁରାଭଟା ଗାଁରେ ବାଘ ଆତଙ୍କ । ଗାଁରେ ଏକ ଗୁହାଳରୁ ବଳଦ ମାରି ଖାଇଥିବା ଅଭିଯୋଗ ହୋଇଛି । ଗାଁର ଭୋକୋ ଜଗତଙ୍କ ବଳଦକୁ ଶୁକ୍ରବାର ରାତିରେ ବାଘ ଗୁହାଳରେ ପଶି ଖାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ଲିଖିତ ଅଭିଯୋଗ ପରେ କୋମନା ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଲୋକଙ୍କୁ ସଚେତନ କରିବା ସହ ଗାଁ ମୁଣ୍ଡରେ ଥିବା ଗଛରେ କ୍ୟାମେରା ଲଗାଯାଇଛି । ତେବେ ବଳଦକୁ ବାଘ ନା ଅନ୍ୟ କେହି ବନ୍ୟଜନ୍ତୁ ଖାଇଛି ତାହା ସ୍ପଷ୍ଟ ହୋଇନାହିଁ । ଏହି ଘଟଣା ପରେ ଗାଁରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ । ସଂଧ୍ୟା ହେଲେ ଘର କବାଟ ବନ୍ଦ ହୋଇଯାଉଛି ।