ବଡେ ମିୟାଁ ଛୋଟେ ମିୟାଁ ରିଲିଜ ପରେ ୭୦ ପ୍ରତିଶତ ଫିସ୍‌ କମ କରିବେ ଟାଇଗର

1 min read

ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଚଳଚ୍ଚିତ୍ର ‘ବଡେ ମିୟାଁ ଛୋଟେ ମିୟାଁ’ ବଡ ପରଦାରେ ଫ୍ଲପ ହୋଇଯାଇଛି। ଏହି ଫିଲ୍ମରେ ଟାଇଗର ପ୍ରଥମ ଥର ପାଇଁ ଅକ୍ଷୟ କୁମାରଙ୍କ ସହ କାମ କରିଥିଲେ, କିନ୍ତୁ ବିଏମସିଏମ ଏହାର ଖର୍ଚ୍ଚ ମଧ୍ୟ ଉଠାଇ ପାରି ନଥିଲା। ୩୫୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ବହୁ କଷ୍ଟରେ ୧୦୦ କୋଟି କ୍ଲବ ଅତିକ୍ରମ କରିଛି। ବଡେ ମିୟାଁ ଛୋଟେ ମିୟାଁର ଅସଫଳତା ବର୍ତ୍ତମାନ ଟାଇଗର ଶ୍ରଫଙ୍କ କ୍ୟାରିଅରକୁ ପ୍ରଭାବିତ କରୁଛି। ଏଥି ଯୋଗୁଁ ଅଭିନେତାଙ୍କୁ ବହୁତ କ୍ଷତି ସହିବାକୁ ପଡିପାରେ  ।

ବାସ୍ତବରେ, ଟାଇଗର ଶ୍ରଫଙ୍କ ହାତରେ ବର୍ତ୍ତମାନ କୌ ଣସି ପ୍ରୋଜେକ୍ଟ ନାହିଁ  । ଅଜୟ ଦେବଗନଙ୍କ ସିଙ୍ଗମ୍ ରେ ତାଙ୍କର ଏକ ଛୋଟ କୋମିଓ ଭୂମିକା ରହିଛି, କିନ୍ତୁ ତାଙ୍କର ହାତରେ ଏବେ କୌଣସି ଫିଲ୍ମ ନାହିଁ  । ବିଏମସିଏମ ପରେ ଟାଇଗରଙ୍କୁ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ମିତ ରାମ୍ବୋ ଫିଲ୍ମରେ ଦେଖିବାକୁ ମିଳଇବ। କିନ୍ତୁ ପରିସ୍ଥିତିକୁ ଦେଖି ସିଦ୍ଧାର୍ଥଙ୍କ ସହଯୋଗରେ ଏହି ଚଳଚ୍ଚିତ୍ର ନିର୍ମାଣ କରୁଥିବା ଜିଓ ଷ୍ଟୁଡିଓ ନିଷ୍ପତ୍ତି ନେଇଛି ଯେ ବର୍ତ୍ତମାନ ଟାଇଗରଙ୍କ ସହ କୌ ଣସି ଦାମୀ ଫିଲ୍ମ ତିଆରି ହୋଇପାରିବ ନାହିଁ।

ବର୍ତ୍ତମାନ ଟାଇଗରଙ୍କ ହାତରେ ଆଉ କୌଣସି ଫିଲ୍ମ ନାହିଁ। କେବଳ ଏତିକି ନୁହେଁ, ଟାଇଗରଙ୍କ କ୍ୟାରିୟର ଗ୍ରାଫ୍ ଦେଖିବା ପ୍ରଯୋଜକମାନେ ତାଙ୍କୁ ତାଙ୍କ ଫି ହ୍ରାସ କରିବାକୁ ପରାମର୍ଶ ଦେଉଥିବାର ନଜର ଆସିଛନ୍ତି। ବ୍ୟାକ୍-ଟୁ-ବ୍ୟାକ୍ ଫ୍ଲପ୍ ଫିଲ୍ମ ଦେବା ହେତୁ ଅଭିନେତାଙ୍କ ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଛି । ଟାଇଗରଙ୍କ ୧୧ ବର୍ଷର କ୍ୟାରିଅରରେ ତାଙ୍କର ୬ଟି ଫିଲ୍ମ ଫ୍ଲପ୍ ହୋଇଛି  ।

କ୍ରମାଗତ ତିନିଟି ଫ୍ଲପ ଫିଲ୍ମ ଦେବା ପରେ ନିର୍ମାତାମାନେ ଟାଇଗରଙ୍କୁ ତାଙ୍କ ଫି ହ୍ରାସ କରିବାକୁ କହିଛନ୍ତି। ଜଣେ ବଡ ନିର୍ମାତା ଅଭିନେତାଙ୍କୁ ତାଙ୍କ ଫି ୭୦ ପ୍ରତିଶତ ହ୍ରାସ କରିବାକୁ କହିଛନ୍ତି। ସେ କହିଛନ୍ତି ଯେ ଟାଇଗର ଏହି ସମୟରେ ଫି ଭାବରେ ମାତ୍ର ୯ କୋଟି ଟଙ୍କା ନେବା ଉଚିତ୍। ଯଦି ଏହା ଘଟେ ତେବେ ଟାଇଗରଙ୍କ ପାଇଁ ଏହା ଏକ ବଡ ଝଟକା ହେବ । କାରଣ ସେ ବଡେ ମିୟାଁ ଛୋଟେ ମିୟାଁଙ୍କ ପାଇଁ ୩୦ କୋଟି ଟଙ୍କା ସାଇନ କରିଥିଲେ।