ଶିମିଳିପାଳରେ ବୃଦ୍ଧି ପାଇଲା ବାଘ ସଂଖ୍ୟା, ହେଲେ ରାଜ୍ୟରେ ହ୍ରାସ ପାଇଛି ସଂଖ୍ୟା

1 min read

ଭୁବନେଶ୍ୱର: ଶିମିଳିପାଳରେ ବୃଦ୍ଧି ପାଇଲା ବାଘ ସଂଖ୍ୟା । ୧୬କୁ ବୃଦ୍ଧି ପାଇଲା ବାଘ ସଂଖ୍ୟା । ୨୦୧୮ରେ ଶିମିଳିପାଳରେ ଥିଲେ ୮ବାଘ । ସେପଟେ ଶିମିଳିପାଳରେ ବଢ଼ିଥିଲେ ହେଁ ରାଜ୍ୟରେ କମିଛି ବାଘ ସଂଖ୍ୟା । ରାଜ୍ୟରେ ମାତ୍ର ୨୦ଟି ବାଘ ଥିବା ଗଣନାର ଜଣାପଡ଼ିଛି । ପୂର୍ବ ଗଣନାରେ ରାଜ୍ୟରେ ୨୮ଟି ବାଘ ଥିବା ଜଣାପଡ଼ିଥିଲା । ଅନପଟେ ନିଜସ୍ଵ ବାଘ ଓ ହାତୀ ଗଣନା କରିବେ ରାଜ୍ୟ ସରକାର । ଅକ୍ଟୋବରରୁ ଆରମ୍ଭ ହେବ ବାଘ ଗଣନା ।

ଦୁଇଟି ପର୍ଯ୍ୟାୟରେ ହେବ ଗଣନା । ଟ୍ରାଞ୍ଜାକ୍ଟ ଆନାଲିସିସ ଓ କ୍ୟାମେରା ଟ୍ରାପ ଜରିଆରେ ହେବ ବାଘ ଗଣନା । ଟ୍ରାଞ୍ଜାକ୍ଟ ଆନାଲିସିସରେ ପାଦ ଚିହ୍ନ, ସ୍କ୍ରାଚ ମାର୍କ ଆଦି ଆଧାରରେ ବାଘ ଗଣନା କରାଯିବ । CCTV କ୍ୟାମେରା ଟ୍ରାପ୍ ଜରିଆରେ ବାଘର ଚଳପ୍ରଚଳକୁ କଏଦ କରାଯିବ । ପ୍ରାୟ ଦେଢ଼ ମାସ ଧରି ଚାଲିବ ବାଘ ଗଣନା । ସେହିପରି ୨୦୨୪ ମେ’ରୁ ରାଜ୍ୟ ସରକାର କରିବେ ହାତୀ ଗଣନା । ବନ ବିଭାଗର ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।