spot_img

Latest Posts

ନାଗାପଲ୍ଲୀ ଜଂଗଲରେ କଲରାପତରିଆ ଭୟ

ଖୋର୍ଦ୍ଧା ବୋଲଗଡ଼ ଥାନା ନାଗାପଲୀ ଜଙ୍ଗଲରେ କଲରାପତରିଆ ବାଘ । ବାଘ ବୁଲୁଥିବାର ସୂଚନା ଦେଇଛନ୍ତି ବୋଲଗଡ଼ ଫରେଷ୍ଟର। ନାଗାପଲୀ ରିଜର୍ଭ ଫରେଷ୍ଟ ପାଟବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିକଟରେ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି । କିଛିଦିନ ମଧ୍ୟରେ ଏହି ଅଞ୍ଚଳରେ ୩ଟି ଗାଇ ନିଖୋଜ ହୋଇଯାଇଥିଲେ। ଖୋଜାଖୋଜି ପରେ ଜଙ୍ଗଲ ମଧ୍ୟରେ ଗାଇଙ୍କର ଦେହାବଶେଷ ମିଳିଥିଲା।

କୌଣସି ବନ୍ୟଜନ୍ତୁ ଗାଇଙ୍କ ଶିକାର କରିଥିବା ସନ୍ଦେହ କରିଥିଲେ ଗ୍ରାମବାସୀ। ଏହାପରେ ବନ ବିଭାଗର କର୍ମଚାରୀମାନେ ଖୋଜାଖୋଜି ପରେ ବାଘର ପାଦ ଚିହ୍ନ ଦେଖିବାକୁ ପାଇଥିଲେ । ଏହି ଜଙ୍ଗଲରେ କଲରାପତରିଆ ବାଘ ବୁଲୁଥିବା ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।

')}

Latest Posts

Don't Miss