ପାଟଣା ରେଞ୍ଜରେ ବାଘ ଆତଙ୍କ, ଜଣଙ୍କୁ ମାରିଥିବା ଅଭିଯୋଗ

କେନ୍ଦୁଝର: ପାଟଣା ରେଞ୍ଜରେ ବାଘ ଆତଙ୍କ । ରୋହିଣିଦୁମା ଗାଁରେ ବାଘ ଆକ୍ରମଣରେ ଅନନ୍ତ ମାଝିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ହାଟରୁ ଫେରିବା ବାଟରେ ଅନନ୍ତଙ୍କ ବାଘ ଆକ୍ରମଣରେ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ଲୋକେ । ବନ ବିଭାଗକୁ ଅପେକ୍ଷା କରି ଉତ୍ୟକ୍ତ ଲୋକେ ଅନନ୍ତଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଛାଡି ନଥିଲେ ।

ଆଜି ବନ କର୍ମଚାରୀ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଲୋକେ ବନ ବିଭାଗ ଗାଡିକୁ କିଛି ସମୟ ଧରି ଅଟକ ରଖିଥିଲେ । ଗତ କିଛିଦିନ ହେଲା ବାଘ ଗୋରୁଙ୍କୁ ଆକ୍ରମଣ କରିବା ସହ ଏକ ବାରହାକୁ ମାରି ଦେଇଥିଲା । ସେପଟେ ଅଞ୍ଚଳରେ ବାଘ ଥିବା ଅଭିଯୋଗକୁ ସ୍ବୀକାର କରିଛି ବନ ବିଭାଗ । ବାଘକୁ ଧରିବାକୁ 10ଟି ଟ୍ରାପ୍ କ୍ୟାମେରା ଲଗାଯାଇଛି । ଲୋକଙ୍କୁ ଜଙ୍ଗଲକୁ ଯିବାକୁ ବାରଣ କରାଯାଇଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ପାଟଣା ରେଞ୍ଜର ।