ବଢ଼ି ଚାଲିଛି ବାଘଙ୍କ ମୃତ୍ୟୁ ସଂଖ୍ୟା

ନନ୍ଦିଘୋଷ ବ୍ୟୁରୋ: ବାଘ ବଂଶ ପ୍ରତି ଆସୁଛି ବିପଦ । ବଢିଚାଲିଛି ମୃତ୍ଯୁ ସଂଖ୍ଯା । ଗତ ୭ ଦିନ ମଧ୍ଯରେ ଦେଶର ବିଭିନ୍ନ ସ୍ଥାନରେ ପ୍ରାଣ ହରାଇଛନ୍ତି ୭ବାଘ ଓ ବାଘୁଣୀ । ସେମାନଙ୍କ ମଧ୍ଯରେ ଅଛନ୍ତି ୫ ଛୁଆ । ବାଘ ମୃତ୍ଯୁ ଘଟଣାରେ ବିଭିନ୍ନ ରାଜ୍ୟ ପକ୍ଷରୁ ଆରମ୍ଭ ହୋଇଛି ତନାଘନା । ଉତ୍ତରପ୍ରଦେଶର କାନପୁର ଚିଡିଆଖାନାରେ ତ୍ରିଶା ନାମକ ଓ ବାଘୁଣୀର ମୃତ୍ଯୁ ଘଟିଛି । ଗତ ୨୦୨୦ରେ ଚିଡିଆଖାନାକୁ ଅଣାଯାଇଥିବା ତ୍ରିଷା ୧୪ଟି ଛୁଆ ଜନ୍ମ କରିଥିଲା । ଗତ ବର୍ଷ ଡିସେମ୍ବରରେ ସେ ଅସୁସ୍ଥ ହୋଇଥିଲା ଏବଂ ତାର ଚିକିତ୍ସା ଚାଲିଥିଲା । ସେହିପରି ମହାରାଷ୍ଟ୍ରର ଚନ୍ଦ୍ରପୁରରେ ବି ଏକ ବାଘୁଣୀର ମୃତ୍ଯୁ ଘଟିଛି । ତାର ବୟସ ଅଢେଇ ବର୍ଷ ହୋଇଥିଲା । ପୂର୍ବରୁ ବାଲାରପୁର ଅଞ୍ଚଳରେ ୩ଟି ବାଘ ଛୁଆଙ୍କ ମୃତ୍ଯୁ ଘଟିଥିଲା । ଗତ ସପ୍ତାହରେ ରାଜସ୍ଥାନର ରନ୍ଥାମ୍ବୋର ଜାତୀୟ ପାର୍କରେ ବି ଦୁଇଟି ବାଘଛୁଆଙ୍କ ମୃତ୍ଯୁ ଘଟିଥିଲା ।