ଧରାପଡ଼ିଲା ଆତଙ୍କ ଖେଳାଇଥିବା ବାଘ

ବାଲେଶ୍ୱର : ଦୀର୍ଘ ୮ ଘଣ୍ଟା ପରେ ଧରାପଡ଼ିଲା ବାଘ  । ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଅଞ୍ଚଳରେ ଆତଙ୍କ ଖେଳାଇଥିବା କଲପତରିଆକୁ କାବୁ କରିଛି ବନ ବିଭାଗ। ବାରିପଦା ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ୍, ଔପଦା, ରେମୁଣା, କୁପାରୀ ସୋର ଓ ଶିମିଳିପାଳ ବନ ବିଭାଗ ବାଘକୁ ଧରିବାରେ ସଫଳ ହୋଇଛନ୍ତି  । ବାଘଟି ସୁସ୍ଥ ଥିବା ବେଳେ, ତାକୁ ଶିମିଳିପାଳ ରେ ଛଡାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। କଲରାପତରିଆ ବାଘ ଆକ୍ରମଣରେ ୫ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।