କଲରାପତରିଆ ବାଘ ଆକ୍ରମଣ ରେ ୩ରୁ ଉର୍ଦ୍ଧ ଗୁରୁତର !

1 min read

ନନ୍ଦିଘୋଷ ବ୍ୟୁରୋ: କଲରାପତରିଆ ବାଘ ଆକ୍ରମଣ ରେ ୩ରୁ ଉର୍ଦ୍ଧ ଗୁରୁତର । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି  l ବାଘକୁ ଦେଖି ଭୟଭୀତ ଅଂଚଳବାସୀ l ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗଡ଼ ଗ୍ରାମରେ ଆଜି ସତ୍ୟଭାମା ନାୟକ ନିଜ ବାଡ଼ିରେ ରୋଷେଇ ପାଇଁ କାଠ ଆଣିବାକୁ ଯାଇଥିବା ବେଳେ ଆଗରୁ ଲୁଚି ଥିବା ଏକ ବାଘ ସତ୍ୟଭାମା ଉପରେ ଝାମ୍ପିପଡ଼ିଥିଲା l ସତ୍ୟଭାମା ଚିତ୍କାର କରିବାରୁ ବାଘଟି ଛାଡି ପାଖ ଜଙ୍ଗଲକୁ ଦୌଡ଼ି ପଲାଇ ଯାଇଥିଲା l ଗ୍ରାମବାସୀ  ବନ ବିଭାଗକୁ ଖବର ଦେବାପରେ ବନ ବିଭାଗ ପହଁଚି ତଦନ୍ତ କରୁଛନ୍ତି l ପୁଣି କିଛି ସମୟ ପରେ ଅର୍ଜୁନପୁର ଗଡ଼ ଆଦି ଗ୍ରାମ ରେ 3 ରୁ ଉର୍ଦ୍ଧ ଲୋକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି l ଆହତଙ୍କ ମଧ୍ୟରୁ 2 ଜଣ କଟକ ଆଉ କିଛି ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି  l ଯଥାଶୀଘ୍ର ବାଘକୁ ଧରିବା ପାଇଁ ବନ ବିଭାଗ ଉଦ୍ଯମ ଜାରି ରଖିଛି l