ଭିଡିଓ ଭାଇରାଲ ପରେ ମୁହଁ ଖୋଲିଲେ ସଲମାନ

1 min read

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଛି ସଲମାନ ଖାନଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ସିନେମା ଟାଇଗର-୩ । ଫିଲ୍ମର କାହାଣୀ ସାଙ୍ଗକୁ ଆକ୍ସନ ଦର୍ଶକଙ୍କୁ ବେଶ ପସନ୍ଦ ଆସୁଥିବା ଦେଖିବାକୁ ମିଳିଛି । ଦୀପାବଳି ଅବସରରେ ରିଲିଜ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ମଧ୍ୟ ଭଲ ରୋଜଗାର କରୁଛି । ତେବେ ଏହି ଫିଲ୍ମକୁ ନେଇ ଏବେ ବିବାଦ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଦର୍ଶକମାନେ ଫିଲ୍ମ ଦେଖୁଥିବାବେଳେ ହଲ ଭିତରେ ବାଣ ଫୁଟାଇ ଖୁସି ମନାଇଥିଲେ । ପ୍ରଥମେ ନାଚିଥିଲେ ଏବଂ ବାଣ ଫୁଟାଇ ହଲ ଭିତରେ ଖୁସି ମନାଇଥିଲେ । ଫିଲ୍ମର ଏକ ଦମଦାର ସିନ ବେଳେ ଏଭଳି ଦେଖିବାକୁ ମିଳିଥିଲା । ଯେଉଁ ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଯାହାକୁ ନେଇ ୟୁଜର୍ସମାନେ ଟ୍ରୋଲ କରିଛନ୍ତି । ତେବେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଭାଇଜାନ ସଲମାନ ଖାନ । ସେ ଏକ ପୋଷ୍ଟ କରି ଲେଖିଛନ୍ତି ହଲ ଭିତରେ ବାଣ ଫୁଟାଇ କାହାକୁ ଆଘାତ ପହଞ୍ଚାନ୍ତୁ ନାହିଁ । ଏଭଳି କାର୍ଯ୍ୟ ଆଦୌ ଠିକ୍ ନୁହେଁ । ନିଜକୁ ଏବଂ ଅନ୍ୟମାନଙ୍କୁ ବିପଦରେ ପକାଇ ଫିଲ୍ମକୁ ଉପଭୋଗ କରନ୍ତୁ ନାହିଁ । ୟସ ରାଜ ଫିଲ୍ମ ଦ୍ବାରା ପ୍ରଯୋଜିତ ଟାଇଗର-୩ ଏବେ ବକ୍ସ ଅଫିସରେ କମାଲ କରୁଥିବାବେଳେ ଦର୍ଶକଙ୍କ ବେଶ ପସନ୍ଦ ପାଲଟିଛି । ପୂର୍ବରୁ ଏହାର ଦୁଇଟି ଯାକ ଫିଲ୍ମ ବେଶ ହିଟ୍ ହେବା ସହ ଦର୍ଶକଙ୍କ ମହଲରେ ବେଶ ଆଦୃତ ହୋଇଥିଲା ।