ରିଲିଜ ପୂର୍ବରୁ ଆସିଲା ’ଟାଇଗର-୩’ର ନୂଆ ପ୍ରୋମାେ, ଚର୍ଚ୍ଚାରେ କ୍ୟାଟ୍ରିନାଙ୍କ ଟାୱେଲ୍ ଫାଇଟ୍…

1 min read

ମୁମ୍ବାଇ: ଦିପାବଳୀରେ ଧୁମ ମଚାଇବାକୁ ଆସୁଛି ଗୁଇନ୍ଦାଗିରି ଉପରେ ପର୍ଯ୍ୟବେସିତ ଫିଲ୍ମ ଟାଇଗର-ଥ୍ରୀ । ୟଶ ରାଜ ଫିଲ୍ମ ବ୍ୟାନରରେ ପ୍ରସ୍ତୁତ ଟାଇଗର-ଥ୍ରୀ ୧୨ ନଭେମ୍ବରରେ ରିଲିଜ ହେବ। ମୁଖ୍ଯ ଭୂମିକାରେ ଭାଇଜାନ ସଲମାନ ଖାନଙ୍କ ସହିତ ସ୍ଲିମ ବ୍ୟୁଟି କ୍ୟାଟ୍ରିନା କୈଫ ନଜର ଆସିବେ। ଜବରଦସ୍ତ ଆକ୍ସନରେ ଭରପୂର ସିନେମା।

ନିର୍ଦ୍ଦେଶନା ଦେଇଛନ୍ତି ମନୀଷ ଶର୍ମା। ଏହାକୁ କେନ୍ଦ୍ରୀୟ ଫିଲ୍ମ ପ୍ରମାଣ ବୋର୍ଡ-ସିବିଏଫସି ବିନା କଟରେ ମଞ୍ଜୁରୀ ଦେଇଛି। ଏହାର ଅବଧି ଦୁଇ ଘଣ୍ଟା ୨୨ ମିନିଟ ରହିଛି। ଏଥିରେ ଇମ୍ରାନ ହାସମୀ ନେଗେଟିଭ ଭୂମିକାରେ ଦର୍ଶକଙ୍କ ସାମ୍ନାକୁ ଆସିବେ।

 

ପଠାନ ସିନେମା ପରେ ଦର୍ଶକ ସଲମାନ ଓ ଶାହରୁଖଙ୍କୁ ଏକ ସାଙ୍ଗରେ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି । କାରଣ କିଙ୍ଗ ଖାନ ଏଥିରେ କ୍ୟାମିଓ ରୋଲରେ ଦର୍ଶକଙ୍କୁ ନଜର ଆସିବେ। ସିନେମା ପାଇଁ ଆଡଭାନ୍ସ ବୁକିଂ ପାଞ୍ଚ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଫ୍ୟାନସଙ୍କ ମଧ୍ୟରେ ଖୁସି ଖେଳିଯାଇଛି।