ଓ୍ୱେବସାଇଟ ଡାଉନ ଯୋଗୁ IRCTCରେ ବୁକ୍ ହୋଇପାରୁନି ଟିକେଟ୍, ହନ୍ତସନ୍ତ ହେଉଛନ୍ତି ଯାତ୍ରୀ

1 min read

ନୂଆଦିଲ୍ଲୀ: ଯାହା ଲାଗୁଛି ରେଳବାଇରେ କିଛି ଠିକ୍‌ ଚାଲିନି । କେତେବେଳେ ଭୟଙ୍କର ଦୁର୍ଘଟଣା ତ’ କେଉଁଠି ବଗି ଛାଡ଼ି ପଳାଉଛି ଇଞ୍ଜିନ । ଆଜି  ସକାଳୁ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍-IRCTC ର ସେବା ବାଧାପ୍ରାପ୍ତ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଆପ୍‌ ଏବଂ ୱେବସାଇଟ ଡାଉନ ଯୋଗୁ ଟିକେଟ ସେବା ଠପ୍‌ ହୋଇଯାଇଛି । ୱେବସାଇଟ ଖୋଲିଲେ ମେଣ୍ଟେନାନ୍ସ ପାଇଁ ସାଇଟର ସେବା ବନ୍ଦ ଥିବା ଲେଖା ଆସୁଛି । ଯାହାକୁ ନେଇ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ପେମେଣ୍ଟ କଟିଥିବାବେଳେ ଟିକେଟ କିନ୍ତୁ ଆସିନଥିଲା । ତେବେ ଅନ୍ୟ ଆପ୍‌ ବ୍ୟବହାର କରି ଟିକେଟ ବୁକିଂ କରିବାକୁ  IRCTC ପରାମର୍ଶ ଦେଇଛି । ଆମାଜନ, ମେକ ମାଇଁ ଟ୍ରିପ୍‌ ଭଳି ଆପରେ ମଧ୍ୟ ଟିକେଟ ବୁକ୍‌ କରିହେବ ବୋଲି ପରାମର୍ଶ ଦେଇଛି IRCTC ।