spot_img

Latest Posts

ସବୁଠାରୁ ଦୁର୍ଗମ ଏବଂ ଉଚ୍ଚ ସ୍ଥାନ ତିବ୍ଦତରେ ବୁଲେଟ ଟ୍ରେନ୍‌ ଚଳାଚଳ ଆରମ୍ଭ କଲା ଚୀନ୍‌, ଭାରତର ବଢ଼ିଲା ଚିନ୍ତା

ନୁଆଦିଲ୍ଲୀ: ତିବ୍ଦତରେ ଚୀନ୍‌ର ପ୍ରଥମ ବୁଲେଟ୍ ଟ୍ରେନ୍‌ର ଚିତ୍ର ସାମ୍ନାକୁ ଆସିଛି। ଚୀନ୍ ୨୫ ଜୁନ୍ ରୁ ଏହାର କାର୍ଯ୍ୟ ଆରମ୍ଭ କରିଥିଲା। ତିବ୍ଦତରେ ପ୍ରଥମ ଥର ପାଇଁ ଯାତ୍ରୀମାନେ ଏକ ହାଇ ସ୍ପିଡ୍ ବୁଲେଟ୍ ଟ୍ରେନରେ ବସି ପାର୍ବତର ଦୃଶ୍ୟକୁ ଉପଭୋଗ କରିଛନ୍ତି। ଏହି ଟ୍ରେନ୍ ତିବ୍ଦତର ପ୍ରାଦେଶିକ ରାଜଧାନୀ ଲାସା ଏବଂ ଅରୁଣାଚଳ ପ୍ରଦେଶ ସୀମାବର୍ତ୍ତୀ ସହର ନିଙ୍ଗିଚିକୁ ସଂଯୋଗ କରୁଛି।

ଲାସାକୁ ନିଙ୍ଗଚି ସହର ସହିତ ସଂଯୋଗ କରୁଥିବା ଏହି ଲାଇନର ଲମ୍ବ ୪୩୫ କିଲୋମିଟର। ଏହି ହାଇ ସ୍ପିଡ୍ ଟ୍ରେନ୍ ଚାଇନାର ୩୧ ଟି ପ୍ରାଦେଶିକ ସହର ଦେଇ ଯାଉଛି। ତେବେ ଅରୁଣାଚଳର ସୀମା ପର୍ଯ୍ୟନ୍ତ ଚୀନ୍ ଏହାର ଭିତ୍ତିଭୂମିକୁ ମଜବୁତ କରୁଥିବା ବେଳେ ଭାରତର ଚିନ୍ତା ବଢ଼ିବାରେ ଲାଗିଛି।

୪୭ ଟନେଲ୍, ୧୨୧ ବ୍ରିଜ୍: ତିବ୍ଦତରେ ଏକ ଉଚ୍ଚ ଗତିର ରେଳପଥ ନିର୍ମାଣ କରିବା ଏତେ ସହଜ ହୋଇନଥିଲା। ଏତେ ଉଚା ସ୍ଥାନରେ ବୁଲେଟ ଟ୍ରେନ୍‌ ପାଇଁ ଟ୍ରାକ୍‌ ନିର୍ମାଣ କରିବା ବହୁତ କଷ୍ଟ ସାଧ୍ୟ ହୋଇଥିଲା। ସମୁଦ୍ର ପତନଠାରୁ ୩ ହଜାର ମିଟର ଉଚ୍ଚରେ ଅବସ୍ଥିତ ଏହି ଲାଇନର ୯୦ ପ୍ରତିଶତ ନିର୍ମାଣ ପାଇଁ ଚାଇନାକୁ ଛଅ ବର୍ଷ ସମୟ ଲାଗିଥିଲା।

ଲାସା-ନିଙ୍ଗଚି ଲାଇନରେ ୪୭ ଟି ଟନେଲ ଏବଂ ୧୨୧ ଟି ବ୍ରିଜ୍‌ ରହିଛି। ସମଗ୍ର ବୁଲେଟ ଟ୍ରେନ୍‌ ରାସ୍ତାର ୭୫ ପ୍ରତିଶତ ହେଉଛି ବ୍ରିଜ୍‌ ଏବଂ ଟନେଲର ରାସ୍ତା। ଏଥିରେ ୫୨୫ ମିଟର ଲମ୍ବ ଜାଙ୍ଗମୁ ରେଳ ବ୍ରିଜ ଅନ୍ତର୍ଭୂକ୍ତ ହୋଇଛି, ଯାହାକି ଦୁନିଆର ସବୁଠାରୁ ବଡ ଏବଂ ସର୍ବୋଚ୍ଚ ଆର୍କ ବ୍ରିଜ ଅଟେ।

ରିପୋର୍ଟ ଅନୁଯାୟୀ ଚୀନ୍ ଷ୍ଟେଟ୍ ରେଲୱେ ଗ୍ରୁପ୍ ଦ୍ୱାରା ନିର୍ମିତ ଏହି ରେଳ ଲାଇନ ନିର୍ମାଣ ପାଇଁ ୫.୬ ବିଲିୟନ ଡ଼ଲାର୍ ଖର୍ଚ୍ଚ ହୋଇଛି। ହାଇ ସ୍ପିଡ୍ ଇଲେକ୍ଟ୍ରିକ୍ ଟ୍ରେନର ଫକ୍ସିଂ ସିରିଜ୍ ଅଧୀନରେ ଏହା ପରିଚାଳିତ ହେଉଛି। ବହୁ ଉଚ୍ଚତାରେ ଚାଲୁଥିବା ଫକ୍ସିଂ ଟ୍ରେନ୍ ଗୁଡିକ ସ୍ୱୟଂଚାଳିତ ଅମ୍ଳଜାନ ଯୋଗାଣ ପ୍ରଣାଳୀ ସାମିଲ ରହିଛି। ଏହି ପ୍ରଣାଳୀ ପର୍ବତର ଉଚ୍ଚତାରେ ଚାଲୁଥିବା ଟ୍ରେନରେ ୨୩.୬% ଅମ୍ଳଜାନ ସ୍ତର ବଜାୟ ରଖେ।

ତିବ୍ଦତରେ ପର୍ବତ ଉପରେ ସୂର୍ଯ୍ୟ କିରଣ କାରଣରୁ ଅଧିକ ଉଜ୍ଜ୍ୱଳ ହୋଇଥାଏ। ସେଥିପାଇଁ ଏହି ବୁଲେଟ୍ ଟ୍ରେନର ୱିଣ୍ଡୋରେ ସ୍ୱତନ୍ତ୍ର ଗ୍ଲାସ୍ ଲଗାଯାଇଛି। ଏହି କାରଣରୁ ଯାତ୍ରୀମାନଙ୍କ ଚର୍ମ ସୂର୍ଯ୍ୟଙ୍କ ପ୍ରବଳ ଆଲୋକରୁ ରକ୍ଷା ପାଇପାରିବ।

ଲାସା – ନିଙ୍ଗଚି ଲାଇନରେ ନଅଟି ଷ୍ଟେସନ୍ ଅଛି । ଫକ୍ସିଂ ଟ୍ରେନ୍ ଉଭୟ ବୈଦ୍ୟୁତିକ ଏବଂ ଅଣ-ବୈଦ୍ୟୁତିକ ପ୍ରଣାଳିରେ ଚଲାଇବାରେ ସକ୍ଷମ। ଡୁଆଲ୍ ପାୱାର୍ ଇଞ୍ଜିନ୍ ହେତୁ ଏହି ବୁଲେଟ୍ ଟ୍ରେନ୍ ଗୁଡିକ ବିଦ୍ୟୁତ୍ ଏବଂ ବିନା ବିଦ୍ୟୁତ୍ ଚଲାଇବାରେ ସକ୍ଷମ ହୋଇଛି।

Latest Posts

Don't Miss