କାଳବୈଶାଖୀ ନେଇ ୧୪ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ଯାଏ ସତର୍କତା
1 min readଭୁବନେଶ୍ୱର: କାଳବୈଶାଖୀ ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୧୪ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଆଗାମୀ ୩ ଘଣ୍ଟା ମଧ୍ୟରେ ଏସବୁ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ଘଡ଼ଘଡ଼ି ହେବ । ପୁରୀ, ଖୋର୍ଦ୍ଧା, ନୟାଗଡ଼, ବଲାଙ୍ଗିର ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟମଧରଣର କାଳବୈଶାଖୀ ଆଶଙ୍କା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିବ ।
#Warning for Day-1 & Day-2 pic.twitter.com/eb1p3VyBgE
— Meteorological Centre, Bhubaneswar (@mcbbsr) May 13, 2021
ସେହିଭଳି ହାଲୁକା କାଳବୈଶାଖୀ ଓ ବଜ୍ରପାତ ନେଇ କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ଗଜପତି ଓ କଟକ ଆଦି ୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ପାଗକୁ ଦେଖି ବଜ୍ରପାତରୁ ରକ୍ଷା ପାଇବା ପାଇଁ ସୁରକ୍ଷିତ ସ୍ଥାନକୁ ଯିବା ଲୋକଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।