୪୩ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ବୌଦ୍ଧ, ବିଭିନ୍ନ ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ
1 min readଭୁବନେଶ୍ୱର: ଖରାରେ ସିଝୁଛି ଓଡ଼ିଶା । ଆସୁଛି କାଳବୈଶାଖୀ ବର୍ଷା । ଡହ ଡହ ଖରାରେ ଓଡ଼ିଶା ଛଟପଟ ହେଉଛି । ଆଜି ୧୧ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ବୌଦ୍ଧରେ ରେକର୍ଡ କରାଯାଇଛି । ବଲାଙ୍ଗିରରେ ପାରଦ ୪୨.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ମାଲକାନଗିରିରେ ୪୨ ଡିଗ୍ରୀ, ସମ୍ବଲପୁରରେ ୪୧.୬ ଡିଗ୍ରୀ ରହିଛି । ଭୁବନେଶ୍ୱର ପାରଦ ୩୮.୨ ଡିଗ୍ରୀ ଓ କଟକରେ ୩୭.୪ ଡିଗ୍ରୀ ରେକର୍ଡ ହୋଇଛି ।
#11stations of Odisha recorded more than 40°C.#Boudh with 43°C records the #highest day maximum temperature today over Odisha.#Bhubaneswar 38.2°C & #Cuttack 37.4°C pic.twitter.com/MThQvg4NyC
— Meteorological Centre, Bhubaneswar (@mcbbsr) April 2, 2021
ଅନ୍ୟପଟେ କାଳବୈଶାଖୀ ତାତିରୁ ଆଶ୍ୱସ୍ତି ଆଣିଛି । ୨ ତାରିଖ ପାଇଁ ଗଜପତି, ଗଞ୍ଜାମ, କନ୍ଧମାଳ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିଭଳି ୩ ତାରିଖରେ କାଳବୈଶାଖୀ ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । କଟକ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
Forecast and Warning for districts of Odisha #Rainfall Forecast for Day -1 to Day-3#Thunderstorm with lightning with gusty surface wind Warning for Day -1 to Day-3 pic.twitter.com/wP9CUcVvuc
— Meteorological Centre, Bhubaneswar (@mcbbsr) April 2, 2021
୪ ତାରିଖ ଲାଗି ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । କାଳବୈଶାଖୀ ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ରାଜ୍ୟର କେତେକ ସ୍ଥାନରେ ଆଗାମୀ ୨ ଦିନ ଯାଏ ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।