ତାତିରୁ ଆଶ୍ୱସ୍ତି ଦେଲା କାଳବୈଶାଖୀ ବର୍ଷା

1 min read
Thunderstorm Rain Impact Heat Wave Odisha

ଭୁବନେଶ୍ୱର: ଖରା ବର୍ଷାର ଲୁଚକାଳି ଖେଳ । କାଳବୈଶାଖୀ ବର୍ଷା ପାଇଁ ଓଡ଼ିଶାକୁ ତାତିରୁ ମିଳିଛି ସାମନ୍ୟ ଆଶ୍ୱସ୍ତି । ଗତ ୨୪ ଘଣ୍ଟାରେ ବଲାଙ୍ଗିର, କଳାହାଣ୍ଡି, ଗଞ୍ଜାମ, ବାଲେଶ୍ୱରର କିଛି ସ୍ଥାନରେ ବର୍ଷା ହୋଇଛି । ଦାରିଙ୍ଗବାଡିରେ ୧୬.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ସ୍ୱାଭାବିକ ଠାରୁ ଦୁଇ ତିନି ଡିଗ୍ରୀ ଅଧିକ ରହିଛି ତାପମାତ୍ରା ।

ଆଗାମୀ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ନେଇ ୧୫ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କନ୍ଧମାଳ ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି । ତେବେ ଗତ ୨୪ ଘଣ୍ଟାରେ ୪୦ ଡିଗ୍ରୀ ଉପରେ ରହିଛି ୧୫ ସହର । ୪୩.୫ ଡିଗ୍ରୀ ସେଲସିୟସ୍ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ସୋନପୁର ।