ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ

ଭୁବନେଶ୍ବର: ସାରା ରାଜ୍ୟରେ କାଳବୈଶାଖୀ ତାଣ୍ଡବ । ରାଜଧାନୀ ଭୁବନେଶ୍ବରରେ ମାତ୍ର କେଇ ମିନିଟରେ ତାଣ୍ଡବ ରଚିଲା କାଳବୈଶାଖୀ । ସନ୍ଧ୍ୟାରେ ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ବର୍ଷାରେ ଅଟକି ଗଲା ରାଜଧାନୀ । ଜନଶୂନ୍ୟ ହୋଇଯାଇଥିଲା ରାଜପଥ । ପ୍ରବଳ ବର୍ଷାରୁ ବର୍ତ୍ତିମାବୁ ବିଭିନ୍ନ ଓଭରବ୍ରିଜ ତଳେ ଲୋକେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଥିଲା ।

କଟକରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଲୋକ ହନ୍ତସନ୍ତ ହୋଇଛନ୍ତି । ସେପଟେ  ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ପବନ ସହିତ ପ୍ରବଳ ବର୍ଷା ଲୋକଙ୍କୁ ହନ୍ତସନ୍ତ କରିଛି । କଲ୍ୟାଣସିଂହପୁରରେ ଅଦିନିଆ ଝଡ଼ବର୍ଷା ସହିତ କୁଆପଥର ମାଡ଼ ଦେଖିବାକୁ ମିଳିଛି । ଅନେକ ଘରର ଆଜବେଷ୍ଟସ ଉଡ଼ି ଯାଇଥିବାବେଳେ କିଛି ଗୋରୁଗାଈଙ୍କ ମୃତ୍ୟୁ ଘଟିଛି । ସେପଟେ ଜଗତସିଂହପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲିରେ କାଳବୈଶାଖି ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ସେହିପରି ବାସୁଦେବପୁରରେ ମଧ୍ୟ କୁଆପଥର ବର୍ଷା ହୋଇଛି ।