ଗରମରୁ ମିଳିବ ଆଶ୍ବସ୍ତି; କାଳବୈଶାଖୀ ପ୍ରଭାବରେ ଆଗାମୀ ୭ ଦିନ ଭିଜିବ ଓଡିଶା

ଭୁବନେଶ୍ବର: କାଳ ବୈଶାଖୀ ଜନିତ ବର୍ଷାରେ ଭିଜୁଛି ଓଡିଶା । ଖରା ଗରମରୁ ମିଳିବ ମୁକ୍ତି । ବିଭିନ୍ନ ଜିଲାରେ ବର୍ଷା ହେବା କାରଣରୁ ଗରମରୁ ଟିକେ ଆଶ୍ୱସ୍ତି ମିଳିବ ବୋଲି କହିଛି ପାଣିପାଗ କେନ୍ଦ୍ର । ମୟୁରଭଞ୍ଜରେ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ବଲାଙ୍ଗିର ଜିଲ୍ଲାରେ ୪୦.୮ ଡିଗ୍ରୀ ଅଧିକ ତାପମାତ୍ରା ରେର୍କଡ କରାଯାଇଛି । ରାଜ୍ୟର ଆହୁରି ଦୁଇଟି ସ୍ଥାନରେ ସମାନ ତାପମାତ୍ରା ୪୦ ଡିଗ୍ରୀ ରହିଛି । ସେପଟେ ଆଗାମୀ ୭ ଦିନ ପାଇଁ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।
ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ଶା କନ୍ଧମାଳ, ଗଞ୍ଜାମ, ରାୟଗଡା, କୋରାପୁଟ, ମାଲାକନଗିରି, ଆଦି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । କାଳବୈଶାଖୀ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି କନ୍ଧମାଳ ଜିଲା ମାନଙ୍କରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ସହିତ ୫୦ ରୁ ୬୦ ଡିଗ୍ରୀ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି ବୋଲି ସୂଚନା ଦେଇଛନ୍ତି ଆଞ୍ଛଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ।