ତିନି ଜିିଲ୍ଲାପରିଷଦ ଜୋନରେ ବିଜେଡି ବିଜୟୀ, ପଟାଙ୍ଗୀରେ ସ୍ୱାଧୀନ ପ୍ରାର୍ଥୀଙ୍କ ବାଜିମାତ୍

ନନ୍ଦିଘୋଷ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୂର ଜୋନ ନମ୍ବର ୧ରେ ଜିତିଲେ ବିଜେଡି ପ୍ରାର୍ଥିନୀ ପ୍ରମିଳା ମାଝୀ । 5 ହଜାର 931ଭୋଟ ବ୍ୟବଧାନରେ ଜିତିଲେ ପ୍ରମିଳା । କଂଗ୍ରେସକୁ ହରାଇଲେ ବିଜେଡି ପ୍ରାର୍ଥିନୀ । ପଟାଙ୍ଗି ଜୋନ ନଂ1ରେ ସ୍ୱାଧୀନ ପ୍ରାର୍ଥୀଙ୍କ ବିଜୟ ହୋଇଛି । ବିଜୟୀ ହେଲେ ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ । 3 ହଜାର 700ଭୋଟରେ ସେ  ବିଜୟୀ ହୋଇଛନ୍ତି। ସେହିପରି ପରାଜିତ ହୋଇଛନ୍ତି ସର୍ବଦଳୀୟ ପ୍ରାର୍ଥୀ ମମତା ଯାନୀ ।

ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ବହୁମତ ମିଳୁଛି । ରାୟଗଡ଼ା ପଦ୍ମପୁର ୧୨ ନଂ ଜୋନ୍‌ରେ ବିଜେଡିର ବାଜିମାତ୍‌ ହୋଇଛି । ବିଜେଡି ପ୍ରାର୍ଥୀ ଡର୍ଗିନ ଶବର 1486 ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସେ ତାଙ୍କର ନିକଟତମ କଂଗ୍ରେସ ପ୍ରାର୍ଥୀ ଶୋବିତା ଗମାଙ୍ଗଙ୍କୁ ହରାଇଛନ୍ତି । ଡର୍ଗିନ୍ 5618ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଶୋବିତାଙ୍କୁ ମିଳିଛି 4132ଖଣ୍ଡ ଭୋଟ୍‌।

ତେବେ ପ୍ରଥମେ ଗଂଜାମରୁ ଆସିଥିଲା ଆଜିର ପ୍ରଥମ ବିଜୟ ଖବର । ଗଞ୍ଜାମ ଜିଲ୍ଲା ସୋରଡ଼ା 63 ନମ୍ବର ଜୋନ ଜିଲ୍ଲା ପରିଷଦକୁ ହାତେଇ ନେଇଛି ବିଜେଡି । 1908 ଭୋଟ ବ୍ୟବଧାନରେ ବିଜେଡିର ବିଜୟ ହୋଇଛି । ବିଜେଡି ପ୍ରାର୍ଥୀ ସମରେନ୍ଦ୍ର କୁମାର ସାହୁଙ୍କୁ 2944 ଖଣ୍ଡ ଭୋଟ୍ ମିଳିଥିବାବେଳେ 1036ଟି ଭୋଟ ସହିତ ଦ୍ବିତୀୟ ସ୍ଥାନରେ ବିଜେପିକୁ ସନ୍ତୁଷ୍ଟ ହେବାକୁ ପଡିଛି । କଂଗ୍ରେସକୁ ମିଳିଛି ମାତ୍ର 377 ଭୋଟ୍ ।

Leave a Reply