ସାମାନ୍ୟ କଥାକୁ ନେଇ ତିନିଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ : ପୁଣି ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କ । ସାମାନ୍ୟ କଥାକୁ କେନ୍ଦ୍ର କରି ତିନିଜଣ ଯୁବକଙ୍କୁ ମଙ୍ଗଳାଘାଟ ନିକଟରେ ଥିବା ଆପାର୍ଟମେଣ୍ଟରୁ ଉଠାଇ ନେଇ ମରଣାନ୍ତକ ଆକ୍ରମଣ । ଗୁରୁତର ହୋଇଥିବା ଯୁବକ ମାନଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ଚନ୍ଦନପୁରର ସାଗର ବେହେରା, ପ୍ରକାଶ ସାହୁ ଓ ତାଙ୍କ ଭାଇ ଅବିନାଶ ସାହୁ । ଦୁର୍ବୁତ୍ତଙ୍କ ଆକ୍ରମଣରେ ତିନି ଜଣ ଯୁବକଙ୍କ ମୁଣ୍ଡ ଓ ଦେହରେ ଗଭୀର ଆଘାତ ଲାଗିଛି । ବାସେଳୀ ସାହି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆକ୍ରମଣ କରିଥିବା ଗୋଷ୍ଠୀର ଜଣେ ଯୁବକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ବାରମ୍ବାର ଦେଖିବାକୁ ମିଳୁଛି ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କରାଜ । ପୋଲିସ ପ୍ରଶାସନକୁ ଚ୍ୟାଲେଞ୍ଜ ଦେଉଛନ୍ତି ଦୁର୍ବୁତ୍ତ । ଅନେକ ସମୟରେ ଗୋଷ୍ଠି ସଂଘର୍ଷ କଥା କୁହନ୍ତୁ କିମ୍ବା ଦାଦାଗିରି କଥା କୁହନ୍ତୁ ଦେଖିବାକୁ ମିଳୁଛି ଶ୍ରୀକ୍ଷେତ୍ରରେ ।