୩ ଟ୍ରକ୍‌ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର, ସମସ୍ତେ ଗୋଟିଏ ପରିବାରର

ଢ଼େଙ୍କାଳନ: ଢ଼େଙ୍କାଳନରୁ ଏକ କାଳୀନ ତିନି ଜଣ ଟ୍ରକ୍‌ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର । ଟ୍ରକ୍‌ ଡ୍ରାଇଭର ମାନଙ୍କ ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ି ନାହିଁ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏଭଳି ଅଭାବନୀୟ ଘଟଣା ଘଟିଛି ଢେ଼ଙ୍କାନାଳ ଶକ୍ତି ସୁଗାର ଫ୍ୟାକ୍‌ଟ୍ରି ମୁଖ୍ୟ ଫାଟକ ନିକଟରେ ।  ମୂତ ଡ୍ରାଇଭର ମାନେ ଗାଡ଼ି ଧରି ଗତକାଲି ରାତିରେ ଖୋର୍ଦ୍ଧା ରୋଡ୍‌ ସ୍ଥିତ ବାକାର୍ଡି କମ୍ପାନୀରୁ ଆସି ପହଞ୍ଚଥିଲେ । ସେମାନେ ଶକ୍ତି ସୁଗାରରୁ ସ୍ପିରିଟ୍‌ ନେଇ ପୁଣି ଖୋର୍ଦ୍ଧା ଫେରିଥାନ୍ତେ । ହେଲେ ଆଜି ସକାଳୁ ଗାଡ଼ି ଭିତରୁ ସେମାନଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଗତକାଲି ରାତିରୁ ସେମାନେ ଏଠାରେ ପହଞ୍ଚିବା ପରେ ଗାଡ଼ି ଭିତରେ ହିଁ ଶୋଇଥିଲେ । ଆଜି ସକାଳୁ କୌଣସି କାରଣ ବସତଃ ସେମାନଙ୍କର ମୃତ୍ୟୁ ହୋଇଛି । ତିନି ଜଣ ଡ୍ରାଇଭର ଝାଡ଼ଖଣ୍ଡର ଗୋଟିଏ ପରିବାରର ବୋଲି ଜଣାପଡ଼ିଛି । ସ୍ପିରିଟ୍‌ ପିଇବା ଦ୍ୱାରା ସେମାନଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

Leave a Reply