ଶୋପିଆନ୍‌ରେ ଏନ୍‌କାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିପାତ

1 min read

ଜମ୍ମୁ-କଶ୍ମୀର: ଟିଳିଲେ ୩ ଆତଙ୍କବାଦୀ । ଶୋପିଆନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଗତକାଲି ପୁଞ୍ଛରେ ହୋଇଥିବା ହମଲାରେ ୫ ଯବାନ ଶହୀଦ ହୋଇଥିଲା । ସେହି ହମଲାର ପ୍ରତିଶୋଧ ନେଇଛନ୍ତି ସୁରକ୍ଷାକର୍ମୀ । ଆଜି ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରେ ୩ ଜଣ କୁଖ୍ୟାତ ଆତଙ୍କୀ ପ୍ରାଣ ହରାଇଛନ୍ତି । ମୃତ ସମସ୍ତ ଆତଙ୍କବାଦୀମାନେ ଲସ୍କର-ଇ-ତୋଏବା ଦ୍ୱାରା ପରିଚାଳିତ ଟିଆରଏଫର ସଦସ୍ୟ ଥିବା ଜଣାପଡ଼ିଛି ।

ବର୍ତ୍ତମାନ ସୁଦ୍ଧା ସଂପୃକ୍ତ ଅଞ୍ଚଳରେ ମଧ୍ୟ ଗୁଳି ବିନିମୟ ଓ ସର୍ଚ୍ଚ ଅପରେସନ ଜାରି ରହିଛି । କଶ୍ମୀର ଆଇଜିପିଙ୍କ କହିବା ଅନୁଯାୟୀ, ଶୋପିଆନର ଇମାମଶାହବ ଅଞ୍ଚଳର ତୁଲରାନ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା । ଏଥିରେ ଆର୍ମି, ସିଆରପିଏଫ ଓ ଜମ୍ମୁ-କଶ୍ମୀର ପୋଲିସ୍ ସାମିଲ ଥିଲେ । ସୁରକ୍ଷା କର୍ମୀମାନେ ସମ୍ପୃକ୍ତ ଗାଁକୁ ଘେରାଉ କରିବା ସହ ସର୍ଚ୍ଚ ଅପରେସନ କରିଥିଲେ । ପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଦୀର୍ଘ ସମୟ ଧରି ଗୁଳି ବିନିମୟ ପରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ଜଣ ଆତଙ୍କଦୀଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ହୋଇଛି ।

ଏଥିସହିତ ପଢ଼ନ୍ତୁ: ବୁଷ୍ଟର ଡୋଜ୍‌କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମତି: ଜାଣନ୍ତୁ କେଉଁମାନେ ନେଇପାରିବେ ତୃତୀୟ ଡୋଜ୍

Leave a Reply