ଭୁଶୁଡିଲା ପାଣି ଟାଙ୍କି, ୩ ଛାତ୍ର ମୃତ

ନନ୍ଦିଘୋଷ ବ୍ୟୁରୋ : ସ୍କୁଲରେ ପାଣି ଟାଙ୍କି ଭୁଶୁଡି ୩ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଅରୁଣାଚଳ ପ୍ରଦେଶ ନାହରଲାଗୁନରେ ଏକ ସ୍କୁଲରେ ଏଭଳି ଦୁଃଖଦ ଘଟଣା ଘଟିଛି । ଏହି ଘଟଣାରେ ଅନ୍ୟ ଛାତ୍ରମାନେ ଆହାତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ନାହରଲାଗୁନ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନାହରଲାଗୁନର ମଡେଲ ଗାଁରେ ଥିବା ସେଣ୍ଟ ଆଲଫୋନ୍ସା ନାମକ ଏକ ଘରୋଇ ସ୍କୁଲରେ ଛାତ୍ରମାନେ ଖେଳୁଥିଲେ। ଏହି ସମୟରେ ପାଖରେ ଥିବା ପାଣି ଟାଙ୍କି ଭୁଶୁଡ଼ି ପଡ଼ିଥିଲା। ଏଥିରେ ୩ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହାତ ହୋଇଛନ୍ତି । ମୃତ ଛାତ୍ରମାନେ ୯ ଶ୍ରେଣୀର ପଢୁଥିବା ସୂଚନା ମିଳିଛି । ଗୁରୁତର ଛାତ୍ରମାନେ ୬ ଏବଂ ୭ ଶ୍ରୀଣୀର ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲସିର ତଦନ୍ତ ଜାରି ରହିଛି ।