ନକ୍ସଲଙ୍କ IED ଆକ୍ରମଣ: ତିନି ଯବାନ ସହିଦ

1 min read

ମୁଲୁଗୁ: ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ ନକ୍ସଲମାନେ ଆଇଡି ବ୍ଲାଷ୍ଟ କରିଛନ୍ତି । ଏହି ବିସ୍ଫୋରଣରେ ୩ ଜଣ ଯବାନ ସହିଦ ହୋଇଛନ୍ତି । ଯେଉଁ ଅଞ୍ଚଳରେ ଆଇଇଡି ବିସ୍ଫୋରଣ ହୋଇଥିଲା, ତାହା ଛତିଶଗଡ଼ର ସୁକୁମା ବର୍ଡରର ନିକଟରେ ରହିଛି । ନକ୍ସଲମାନେ ପୋଲିସକୁ ଟାର୍ଗେଟ କରି ବିସ୍ଫୋରଣ କରିଥିଲେ । ଯାହାଦ୍ବାରା କି ୩ ଯବାନ ସହିଦ ହୋଇଥିଲେ । ପୋଳିସ ରୁଟିମ କମ୍ବିଂ କରୁଥିବା ସମୟରେ ନକ୍ସଲମାନେ ବ୍ଲାଷ୍ଟ କରିଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଛତିଶଗଡ଼-ତେଲେଙ୍ଗାନା ସୀମାର ବୀଜାପୁର ଜିଲ୍ଲାର ଜଙ୍ଗଲରେ ସୁରକ୍ଷାବଳଙ୍କ ସହ ନକ୍ସଲଙ୍କର ମୁହଁମୁହିଁ ହୋଇଥିଲା । ସେହି ସମୟରେ ୨୨ରୁ ଅଧିକ ନକ୍ସଲ ନିପାତ ହୋଇଥିଲେ । ନକ୍ସଲଙ୍କ ବିରୋଧରେ ଏହି ଅଭିଯାନ ଜାରି ରହିଛି । ଏହି ଅପରେସନରେ ଡିଆରଜି, ଏସଟିଏଫ, ସିଆରପିଏଫ ଆଦି ପାଖାପାଖି ୨୪ ହଜାର ସୁରକ୍ଷାକର୍ମୀ ସାମିଲ ରହିଛନ୍ତି ।