spot_img

Latest Posts

କୋଟି କୋଟି ଟଙ୍କାର ସମ୍ପତ୍ତି ଦାନ କଲେ ତିନି ଭଉଣୀ

ପୁରୀ: ମହାନତା ଦେଖାଇଲେ ତିନି ଭଉଣୀ। କୋଟି କୋଟି ଟଙ୍କାର ସମ୍ପତ୍ତି ଦାନ କଲେ ତିନି ଭଉଣୀ। ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ସୁଶୀଲ ଆଡ଼ିଆଙ୍କ ତିନି ଝିଅ  ରୀନା ପାଲ, ସ୍ମିତା ଭଟାଚାର୍ଯ୍ୟ ଓ ଅନିତା ଦେ ନିଜର ସମ୍ପତ୍ତିକୁ  ପଞ୍ଚୁ ଦୋଳ ମେଳଣ କମିଟିକୁ ଦାନ କରିଛନ୍ତି । ନିଜର ୩୫ ଡ଼ିସିମିଲ  ସମ୍ପତ୍ତିକୁ ହସିହସି ଦାନ କରିଛନ୍ତି ତିନି ଭଉଣୀ।

ସୂଚନା ଅନୁଯାୟୀ, ପଞ୍ଚୁ ଦୋଳ କମିଟି ପ୍ରାୟ ଦେଢ଼ ଶହ ବର୍ଷ ପୁରୁଣା ହୋଇଥିବା ବେଳେ ଏହି ମେଳଣ ପଡିଆ ଉକ୍ତ ତିନି ଭଉଣୀଙ୍କର ପୈତୃକ ସମ୍ପତ୍ତି ଥିଲା। ମେଳଣର ଭବିଷ୍ୟତ କାମନା କରି ତିନି ଭଉଣୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ମେଳଣର ଭବିଷ୍ୟତ କାମନା କରି ତିନି ଭଉଣୀଙ୍କ ଏଭଳି ନିଆରା ଉଦ୍ୟମ ଓଡ଼ିଆ କଳା ସଂସ୍କୃତିକୁ ବଜାୟ ରଖିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ତାଙ୍କର ଏଭଳି ନିସ୍ଵାର୍ଥପର ମନୋବୃତ୍ତି ପାଇଁ ସବୁ ମହଲରେ ପ୍ରଶଂସାର ସୁଅ ଛୁଟିଛି।

Latest Posts

Don't Miss