୨ ଲକ୍ଷ ଟଙ୍କା ଚୋରି ସନ୍ଦେହରେ ମାଡ଼ ମାରି ୩ ସରପଞ୍ଚ ଗିରଫ

Three Sarpanch Of Pattamundai Block Arrested In Torturing Petrol Pump Employee

କେନ୍ଦ୍ରାପଡ଼ା: ବନ୍ଧାହେଲେ ସରପଞ୍ଚ । ସମିତି ସଭ୍ୟାଙ୍କ ସ୍ୱାମୀ ମଧ୍ୟ ଗିରଫ । କଙ୍ଗାରୁକୋର୍ଟ କରି ନିର୍ଯାତନା ଓ ସୋସିଆଲ୍ ମିଡିଆରେ ନିର୍ଯାତନାର ଭିଡିଓ ଭାଇରାଲ୍ ପରେ ଆକ୍ସନକୁ ଆସିଛି ପୋଲିସ । ଘଟଣାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ତିନି ଜଣ ସରପଞ୍ଚଙ୍କ ଜଣେ ସମିତ ସଭ୍ୟଙ୍କ ସ୍ୱାମୀ ଓ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ପେଟ୍ରୋଲ୍ ପମ୍ପ ମାଲିକଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ପୋଲିସ ।

Three Sarpanch Of Pattamundai Block Arrested In Torturing Petrol Pump Employee

ଗତ ୮ ତାରିଖରେ ସାହୁପଡ଼ାରେ ଥିବା ପେଟ୍ରୋଲ ପମ୍ପରୁ ୧ ଲକ୍ଷ ୯୭ ହଜାର ଟଙ୍କା ଚୋରି ହୋଇଥିଲା । ଟଙ୍କା ଚୋରି ସନ୍ଦେହରେ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀକୁ ୧୧ ତାରିଖରେ ଘରକୁ ଡାକି ଅକଥନୀୟ ନିର୍ଯାତନା ଦେଇଥିଲେ ମାଲିକ । ଆଉ ମାଡ଼ର ଭିଡିଓକୁ ମୋବାଇରେ କଏଦ କରିଥିଲେ । ପରେ ପେଟ୍ରୋଲ୍ ପମ୍ପ ପଛପଟୁ ଟଙ୍କା ମିଳିବାରୁ କର୍ମଚାରୀଙ୍କୁ ବୁଝାସୁଝା କରି ଛାଡ଼ି ଦେଇଥିଲେ । ତେବେ ମାଡ଼ମକା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ତାତିଥିଲେ ସ୍ଥାନୀୟ ଲୋକେ ।

Three Sarpanch Of Pattamundai Block Arrested In Torturing Petrol Pump Employee

ଆଜି ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଦେଇ ଅଭିଯୁକ୍ତଙ୍କ ଗିରଫ ଦାବି କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । କଙ୍ଗାରୁକୋର୍ଟ ଘଟଣାରେ ସମ୍ପୃକ୍ତ ଥିବା ମୋହନପୁର ପଞ୍ଚାୟତର ସରପଞ୍ଚ ରବୀନ୍ଦ୍ର ବେହେରା, ବିଜୟନଗର ସରପଞ୍ଚ ସୋମନାଥ ତ୍ରିପାଠୀ, ବଳିପାଳ ସରପଞ୍ଚ ପଞ୍ଚାନନ ସ୍ୱାଇଁ ଓ ସମିତି ସଭ୍ୟାଙ୍କ ସ୍ୱାମୀ ତପନ ରାଉତକୁ ଗିରଫ କରିଛି ପୋଲିସ । ପେଟ୍ରୋଲ୍ ପମ୍ପ ମାଲିକଙ୍କ ପୁଅ ସହ ଅନ୍ୟଜଣେ କର୍ମଚାରୀ ମଧ୍ୟ ଗିରଫ ହୋଇଛନ୍ତି ।

Leave a Reply