spot_img

Latest Posts

ଆଜି ଭାରତୀୟ ବାୟୁସେନାକୁ ମିଳିବ ଆଉ ୩ଟି ରାଫେଲ

ଆହୁରି ସଶକ୍ତ ହେବ ବାୟୁସେନା । ଆଜି ଭାରତୀୟ ବାୟୁସେନାକୁ ମିଳିବ ଆଉ ୩ଟି ରାଫେଲ। ଫ୍ରାନ୍ସର ଡାସୋଲ୍ଟ ଏଭିଏସନ ପକ୍ଷରୁ ତିନୋଟି ଯାକ ରାଫେଲ ତିଆରି ହୋଇଛି । ଆଜି ସେଗୁଡିକ ଭାରତରେ ଆସି ପହଁଚିବ। ଫ୍ରାନ୍ସରୁ ସିଧାସଳଖ ୩ଟି ଯାକ ରାଫେଲ ଭାରତ ଆସୁଛି। ମଝି ଆକାଶରେ ଇନ୍ଧନ ଭର୍ତ୍ତି କରିବା ପାଇଁ ଏହି ରାଫେଲ ଗୁଡିକରେ ସୁବିଧା ରହିଛି। ବାୟୁସେନାରେ ଏହି ତିନୋଟି ସାମିଲ ହେଲେ ଭାରତରେ ରାଫେଲ ଯୁଦ୍ଧାସ୍ତ୍ର ସଂଖ୍ୟା ୮ରେ ପହଁଚିବ। ରାଫେଲ ସହ ଟ୍ରେନିଂ ନେବା ପାଇଁ ଯାଇଥିବା ବାୟୁସେନାର ଏକ ଟିମ୍ ମଧ୍ୟ ଫ୍ରାନ୍ସରୁ ଆସୁଛନ୍ତି। ଚୀନ ସହ ପୂର୍ବ ଲଦାଖରେ ବିବାଦ ଚାଲିଥିବା ବେଳେ ଭାରତ ନିଜର ଶକ୍ତି ବୃଦ୍ଧି କରୁଛି।

ଏପ୍ରିଲ୍ ସୁଦ୍ଧା ୧୬ ରାଫେଲ୍

ଆସନ୍ତା ବର୍ଷ ଏପ୍ରିଲ ସୁଦ୍ଧା ଭାରତ ଫ୍ରାନ୍ସରୁ ମୋଟ ୨୧ ରାଫାଲ ଯୁଦ୍ଧ ବିମାନ ଆଣିବାକୁ ଯୋଜନା କରିଛି । ଆଜି ତିନୋଟି ବିମାନର ଭାରତରେ ପହଞ୍ଚିବା ପରେ ଭାରତରେ ରାଫେଲ ସଂଖ୍ୟା 8 ହେବ । ଭାରତ ଫ୍ରାନ୍ସ ସହିତ ୩୬ଟି ରାଫେଲ ପାଇଁ ଚୁକ୍ତି କରିଛି । ଭାରତରେ ୨୧ଟି ରାଫେଲ ବିମାନ ଡେଲିଭରୀ ହେବା ପରେ ଭାରତ ଶକ୍ତି ଅଦ୍ଭୁତ ପୂର୍ବକ ଭାବେ ବଢିଯିବ ।

ଜୁଲାଇ ୨୯ରେ ପାଞ୍ଚ ରାଫାଲ ଭାରତରେ ପହଞ୍ଚିଥିଲେ

ସୂଚନା ଯୋଗ୍ୟ ଯେ, ଜୁଲାଇ ୨୯ରେ, ୫ ରେଫାଲ ଜେଟ ଅମ୍ବାଲା ଏୟାରବେସରେ ପହଞ୍ଚିଥିଲା। ସେମାନଙ୍କୁ ବାୟୁସେନାର ୧୭ସ୍କ୍ୱାର୍ଡନ ଅନ୍ତର୍ଭୁକ୍ତ କରାଯାଇଥିଲା । ଆଜି ଆସିବାକୁଥିବା ତିନିଟି ବିମାନ ଫ୍ରାନ୍ସର ବୋର୍ଡୋସ-ମେରିଗନାକ୍ ଫାସିଲିଟିରୁ ସିଧାସଳଖ ଅମ୍ବାଲାରେ ପହଞ୍ଚିବ । ଏହି ଯୁଦ୍ଧ ବିମାନଗୁଡିକରେ ଇନ୍ଧନ ଭରିବାକୁ କେଉଁଠି ରହିବାକୁ ପଡିବ ନାହିଁ, କାରଣ ବିମାନ ଉଡୁଥିବା ସମୟରେ ହିଁ ଇନ୍ଧନ ଭରାଯାଇପାରିବ ।

Latest Posts

Don't Miss