ବାଲେଶ୍ୱରରୁ ଚିହ୍ନଟ ହେଲେ ଆଉ ୩ କରୋନା ଆକ୍ରାନ୍ତ: ୧୨୫ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

1 min read

ବାଲେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁଣି ବାଲେଶ୍ୱରରୁ ଚିହ୍ନଟ ହେଲ ଆଉ ୩ କରୋନା ଆକ୍ରାନ୍ତ ।  ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ପଶ୍ଚମବଙ୍ଗ ଫେରନ୍ତା । ଏଥିସହିତ ବାଲେଶ୍ୱରରୁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଥିବା ବେଳେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ୩ ଜଣ ଯାକ ଆକ୍ରାନ୍ତ ପୁରୁଷ, ସେମାନଙ୍କ ବୟସ ୪୪, ୬୧ ଓ ୬୩ ବର୍ଷ ।

ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ କ୍ୱରେଣ୍ଟାଇନ୍‌ରେ ଥିଲେ । ରାଜ୍ୟର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଏଯାବତ୍‌ ମୋଟ ୩୯ ଜଣ ସୁସ୍ଥ ହୋଇସାରିଛନ୍ତି । ତେବେ ଆଜି ପୂର୍ବାହ୍ନରେ ଦେବଗଡ଼, ଝାରସୁଗୁଡା ଓ କେନ୍ଦୁଝରରେ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ପାଇଁ ଏହି ଜିଲ୍ଲାଗୁଡ଼ିକରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ମୋଟ ୧୪ଟି ଜିଲ୍ଲାକୁ ବ୍ୟାପିଛି କରୋନା ।

Leave a Reply