spot_img

Latest Posts

ଆଶ୍ରମ ସ୍କୁଲରୁ ନିଖୋଜ ତିନି ଛାତ୍ରୀ ଉଦ୍ଧାର

ଆଶ୍ରମ ସ୍କୁଲରୁ ନିଖୋଜ ତିନି ଛାତ୍ରୀ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ: ଫେରିଲେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ପଢେଇଗୁଡା ଆଶ୍ରମ ବିଦ୍ୟାଳୟରୁ ନିଖୋଜ ଥିବା ୩ ଛାତ୍ରୀ । ଛାତ୍ରୀମାନେ ତୃତୀୟ ଶ୍ରେଣୀରେ ପାଠ ପଢୁଛନ୍ତି । ସମସ୍ତେ ଖ୍ରୀଷ୍ଟ ମାସ ଛୁଟିରେ ଘରକୁ ଯାଇଥିଲେ । ଗତକାଲି ଅପରାହ୍ନ ସାଢେ ୩ରେ ଅଭିଭାବକମାନେ ଛାତ୍ରୀଙ୍କୁ ବିଦ୍ୟାଳୟରେ ଛାଡି ଯାଇଥିଲେ । ଅପରାହ୍ନ ୪ଟା ବେଳେ ବିଦ୍ୟାଳୟରୁ ତିନି ଛାତ୍ରୀ ନିଖୋଜ ଥିବା ନେଇ ବିଦ୍ୟାଳୟ ପକ୍ଷରୁ ଅଭିଭାବକଙ୍କୁ ଖବର ଦିଆଯାଇଥିଲା । ଖବର ପାଇ ଅଭିଭାବକମାନେ ବୋରିଗୁମ୍ମା ଥାନାରେ ଏକ ନିଖୋଜ ମାମଲା ଦାୟର କରିଥିଲେ । ପୋଲିସ ବିଦ୍ୟାଳୟରେ ପହଞ୍ଚି ଛାନବିନ ଅରମ୍ଭ କରିଥିଲା ।

Latest Posts

Don't Miss