ବାଟରେ ଛକିଥିଲା ମୃତ୍ୟୁ…..ତିନି ଜଣଙ୍କୁ ନେଇ ଚାଲିଗଲା….

1 min read

ଯୋଡ଼ା: କାଳୀ ପୂଜା ଦେଖି ଯାଉଥିଲେ । କିନ୍ତୁ ପୂଜାମଣ୍ଡପ ପାଖରେ ପହଞ୍ଚିବା ପୂର୍ବରୁ ବାଟରେ ମଶାଣିକୁ ଚାଲିଗଲେ ବାପ, ପୁଅ, ଝିଅ। ଦୁନିଆକୁ ଆସିଥିଲେ ଏକା ଏକା, କିନ୍ତୁ ଗଲା ବେଳେ ସାଥି ହୋଇ ଚାଲିଗଲେ ଆରପାରିକୁ । ସେମାନେ ଜାଣି ନ ଥିଲେ ଯେ ରାସ୍ତାରେ ତାଙ୍କୁ ମୃତ୍ୟୁ ଅପେକ୍ଷା କରିଛି ବୋଲି ।

ଏମିତି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଗଣେଷ ଭବନ ନିକଟରେ ।

ବାପା ଦୁଲୁନ୍ ଲୋହାର ଓ ତାଙ୍କର ଛୋଟ ପୁଅ, ଝିଅ କାଳୀପୂଜା ଦେଖିବାକୁ ଯାଉଥିବା ବେଳେ ଘଟିଛି ଏମିତି କିଛି  । ବାପା ସହିତ ଚାଲିଯାଇଛି ୫ ବର୍ଷର ଝିଅ ଓ ୩ ବର୍ଷର ପୁଅର ଜୀବନ । ଲିଭିଯାଇଛି ଗୋଟିଏ ପରିବାରର ୩ଟି ଜୀବନ ଦୀପ  ।

ବାଇକରେ ଯାଉଥିବା ବେଳେ ଗୋଟିଏ ବୋଲେରୋ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ନିଶାଗ୍ରସ୍ତ ଅବସ୍ଥାରେ ଥିବା ବୋଲେରୋ ଡ୍ରାଇଭରକୁ ଆହତ ଅବସ୍ଥାରେ ଯୋଡ଼ା ସ୍ଥିତ ଟିସ୍କୋ ମେଡ଼ିକାଲରେ ଭର୍ତ୍ତି କରାଯାଇଛି  । ')}

Leave a Reply