ହିଜାବ୍ ମାମଲା: ଶୁଣାଣି ହେଲା, ନିଷ୍କର୍ସ ବାହାରି ପାରିଲାନି

ବେଙ୍ଗାଲୁର: କର୍ଣ୍ଣାଟକରେ ମୁସଲିମ ଛାତ୍ରୀ ହିଜାବ ପିନ୍ଧି ସ୍କୁଲ ଏବଂ କଲେଜ ଆସିବା ମାମଲାର ଶୁଣାଣିରେ ଆସିପାରିଲାନି ରାୟ । କର୍ଣ୍ଣାଟକ ହାଇକୋର୍ଟରେ ଆଜି ଲଗାତାର ଦ୍ୱିତୀୟ ଦିନ ପାଇଁ ଏହି ମାମଲା ଉପରେ ଶୁଣାଣି ହୋଇଥିଲା । କିନ୍ତୁ କୌଣସି ନିଷ୍କର୍ସ ବାହାରି ପାରିଲା ନାହିଁ । ଜଷ୍ଟିସ କ୍ରିଷ୍ଣା ଦୀକ୍ଷିତଙ୍କ ଖଣ୍ଡପୀଠ ମାମଲାକୁ ବଡ ବେଞ୍ଚକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି । ମାମଲାକୁ ବଡ ବେଞ୍ଚ ନିକଟକୁ ପଠାଯିବା ଦରକାର ବୋଲି ଖଣ୍ଡପୀଠ କହିଛନ୍ତି ।

ଉଭୟ ପକ୍ଷଙ୍କ କହିବା କଥା, ମାମଲାକୁ ବଡ ଖଣ୍ଡପୀଠକୁ ପଠାଇବାରେ କୌଣସି ଆପତ୍ତି ନାହିଁ । ଏହାର ସମାଧାନ ଶୀଘ୍ର ବାହାରିବା ଦରକାର । ବେଙ୍ଗାଲୁରୁ ପ୍ରଶାସନ ସ୍କୁଲ ଏବଂ କଲେଜ ନିକଟରେ ଆନ୍ଦୋଳନ କରିବାକୁ ଛାତ୍ରୀଛାତ୍ରଙ୍କୁ ବାରଣ କରାଯାଇଛି । ହିଜାବ ପିନ୍ଧୁଥିବା ଛାତ୍ରୀଙ୍କ ପକ୍ଷରୁ କେସ ଲଢୁଥିବା ଓକିଲ କହିଛନ୍ତି ଯେ ସେମାନଙ୍କୁ ତାଙ୍କର ଆସ୍ଥାର ପାଳନ କରିବାକୁ ଦିଆଯିବା ଦରକାର । ହିଜାବ ଉପରେ ବିବାଦ ସୃଷ୍ଟି କରି ଛାତ୍ରୀମାନଙ୍କୁ ଶିକ୍ଷାର ଅଧିକାରରୁ ବଞ୍ଚିତ କରିବାକୁ ଉଦ୍ୟମ କରାଯାଉଛି ।

ଅନ୍ୟପଟେ କର୍ଣ୍ଣାଟକ ସରକାରରେ ଆଟର୍ଣ୍ଣିଂ ଜେନେରାଲ ଏହାର ବିରୋଧ କରି କହିଛନ୍ତି, ସ୍କୁଲ ଏବଂ କଲେଜ ପାଖରେ ନିୟମକୁ ନେଇ ସ୍ୱାଧୀନତା ରହିଛି । ରାଜ୍ୟ ସରକାର ସ୍କୁଲରେ ୟୁନିଫର୍ମକୁ ନେଇ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି କହିଛନ୍ତି । ସେପଟେ କର୍ଣ୍ଣାଟକରେ ହିଜାବକୁ ନେଇ ବିରୋଧ ପରେ ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି  ।

Leave a Reply