ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଆଉ ୩ ଅଧିକାରୀ

Three Government Official In Vigilance Net While Accepting Bribe

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ୩ ଅଧିକାରୀ । ଜଗତସିଂହପୁରରେ ୨ ଜଣ ଓ କେନ୍ଦୁଝରରେ ଜଣଙ୍କୁ ଧରିଛି ଭିଜିଲାନ୍ସ । ଲାଞ୍ଚ ନେଉଥିବା ବେଳେ ୩ ଜଣ ଅଧିକାରୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଜଗତସିଂହପୁର ବାଲିକୁଦା ସିଡିପିଓ ଓ ଅଙ୍ଗନୱାଡ଼ି ସୁପରଭାଇଜର ଲାଞ୍ଚ ଧରା ପଡ଼ିଥିବା ବେଳେ କେନ୍ଦୁଝରରେ ରାଜସ୍ୱ ପର୍ଯ୍ୟବେକ୍ଷକଙ୍କୁ କାବୁ କରିଛି ଭିଜିଲାନ୍ସ ।

 Three Government Official In Vigilance Net While Accepting Bribe

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଠାରୁ ଖେଳଣା, ବ୍ୟାନର ଅନ୍ୟ ସାମଗ୍ରୀ ବାବଦ ବିଲ୍ ପାସ୍ ପାଇଁ ଲାଞ୍ଚ ନେବା ବେଳେ ଧରା ପଡ଼ିଛନ୍ତି ବାଲିକୁଦା ସିଡିପିଓ ଓ ଅଙ୍ଗନୱାଡ଼ି ସୁପରଭାଇଜର । ସିଡିପିଓ ଶାରଳା ଦେଇ ଓ ଅଙ୍ଗନୱାଡ଼ି ସୁପରଭାଇଜର ପ୍ରତିମା ସାହୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ି ଗିରଫ ହୋଇଛନ୍ତି । ଏନେଇ କଟକ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଛି ।

 Three Government Official In Vigilance Net While Accepting Bribe

ଅନ୍ୟପଟେ କେନ୍ଦୁଝର ତହସିଲର ରାଜସ୍ୱ ପର୍ଯ୍ୟବେକ୍ଷକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ରାଜସ୍ୱ ପର୍ଯ୍ୟବେକ୍ଷକ ହୃଦାନନ୍ଦ ସାହୁଙ୍କୁ ବାଲେଶ୍ୱର ଭିଜିଲାନ୍ସ ଲାଞ୍ଚ ନେବା ବେଳେ ଧରିଛି । ହୃଦାନନ୍ଦ ଜମିର ନକ୍ସା ଠିକ୍ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଛନ୍ତି । ଏନେଇ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯିବା ସହ ଲାଞ୍ଚ ଟଙ୍କା ଜବତ କରାଯାଇଛି ।

Leave a Reply