କେନ୍ଦ୍ରାପଡ଼ା ରାଜନଗରରେ ୩ ଡଲଫିନଙ୍କ ମୃତଦେହ ଉଦ୍ଧାର, ପ୍ରଶ୍ନ ଘେରରେ ସାମୁଦ୍ରିକ ଜୀବଙ୍କ ସୁରକ୍ଷା

କେନ୍ଦ୍ରାପଡ଼ା : ଗୋଟିଏ କି ଦୁଇଟି ନୁହେଁ, ତିନି ତିନୋଟି ଡଲଫିନଙ୍କ ମୃତଦେହ ବେଳାଭୂମିରେ ପଡ଼ି ରହିଛି । କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ରାଜନଗର ପେଣ୍ଠ ବେଳାଭୂମିରେ ତିନୋଟି ଡଲଫିନର ମୃତ ଦେହ ଦେଖି ସମସ୍ତେ ଚକିତ ହୋଇଛନ୍ତି । ଏମାନଙ୍କର ବାରମ୍ବାର କାହିଁକି ମୃତ୍ୟୁ ହେଉଛି ତାହା ସମସ୍ତଙ୍କୁ ଆନ୍ଦୋଳିତ କରିଛି । ସମୁଦ୍ରର ସୁନ୍ଦରୀର ମୃତ୍ୟୁର କାରଣ ଖୋଜିବା ବନ ବିଭାଗ ପାଇଁ ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ।


ଚର୍ଚ୍ଚା ହେଉଛି ଯେ, ସମୁଦ୍ର କୂଳରେ ଟ୍ରଲର ମାଡ଼ରେ ଡଲଫିନ୍ ଗୁଡ଼ିକର ମୃତ୍ୟୁ ହୋଇଥାଇପାରେ । ଯେଉଁ ଅଞ୍ଚଳରେ ଡଲଫିନ୍ ରହୁଛନ୍ତି ସେ ସବୁ ସ୍ଥାନରେ ଟ୍ରଲର ଚଳାଚଳ କରିବା କେତେଦୂର ଠିକ୍ ?


ତେବେ ୩ ଡଲଫିନଙ୍କ ମୃତ୍ୟୁ ଖବର ସଂପର୍କରେ ବନ ବିଭାଗକୁ ଜଣାଯିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ବନ ବିଭାଗର ଅଧିକାରୀ । ତିନୋଟି ଡଲଫିନ୍ ମଧ୍ୟରୁ ଗୋଟିଏ ଛୋଟ ଡଲଫିନ୍ ଥିବା ଜଣାପଡ଼ିଛି । ଓଡ଼ିଶାରେ ବାରମ୍ବାର ଏଭଳି ସାମୁଦ୍ରିକ ଜୀବଙ୍କ ମୃତ୍ୟୁ ଏବେ ବନ ବିଭାଗ ପାଇଁ ଚିନ୍ତାର କାରଣ ହୋଇଛି । ସାତପଡ଼ାରେ ଡଲଫିନ ଦେଖିବାକୁ ପର୍ଯ୍ୟଟକଙ୍କର ଭିଡ଼ ଜମୁଥିବା ବେଳେ, ଏପଟେ ସେମାନଙ୍କର ମୃତ୍ୟୁ କିଛି ପର୍ଯ୍ୟଟକଙ୍କୁ ମଧ୍ୟ ନିରାଶ କରୁଛି । ସେମାନଙ୍କର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ପରିବେଶବିତ୍ ଦାବି କରିଛନ୍ତି ।

Leave a Reply