ଅନୁଗୁଳରେ ବିଷାକ୍ତ ମଦ ପିଇ ଦୁଇ ଦିନରେ ତିନି ଜଣଙ୍କ ମୃତ୍ୟୁ ଅଭିଯୋଗ

ଅନୁଗୁଳ: ପୁରୁଣାକୋଟ ଥାନା ପଥରଗଡ଼ ଗାଁରେ ବିଷାକ୍ତ ମଦ ପିଇ ଦୁଇ ଦିନରେ ତିନିଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତ ୨୫ତାରିଖରେ ୨ଜଣଙ୍କର ଜୀବନ ଯାଇଥିବା ବେଳେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଉଛନ୍ତି କାଇରା ପ୍ରଧାନ, ଟୁକୁନା ପ୍ରଧାନ ଓ ଶଶିଭୂଷଣ ଦେହୁରୀ। ଗତ ରବିବାର ଦିନ ଏକ ଘର ଛାତ ପକାଇବା ପରେ ଯୁବକମାନେ ମହୁଲି ମଦ ପିଇଥିଲେ । ପରେ ସନ୍ଧ୍ୟାରେ କାଇରାଙ୍କର ଦେହ ଅସୁସ୍ଥ ହୋଇଥିଲା । କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ବିଳମ୍ବିତ ରାତିରେ ଟୁକୁନାଙ୍କର ମଧ୍ୟ ସମାନ ଢଙ୍ଗରେ ମୃତ୍ୟୁ ହୋଇଥିଲା। ପରେ ଶଶିଭୂଷଣଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେହି ଗାଁର ବାସୁଦେବ ପ୍ରଧାନଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଛି । ବିଷାକ୍ତ ମଦ ପିଇ ସେମାନଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହେଇଛି ।

କାଶ୍ମୀରର ସେହି ପତାକା, ଯାହାକୁ ଉଡ଼ାଇବା କଥା କହୁଛନ୍ତି ମେହବୁବା ମୁଫତି

Leave a Reply