ନୂଆ ବର୍ଷରେ ଖୁସି ଦେଲା ମେଘା, ୩ ଶାବକଙ୍କୁ ଜନ୍ମଦେଲା ବାଘୁଣୀ
1 min read
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି ୩ନୂଆ ଅତିଥି । ବାଘୁଣୀ ମେଘା ୩ଟି ଶାବକକୁ ଜନ୍ମ ଦେଇଛି । ବିଳମ୍ବିତ ରାତିରେ ମେଘା ତିନୋଟି ଶାବକକୁ ଜନ୍ମ ଦେଇଥିବା ଜାଣିବାକୁ ମିଳିଛି । ସେପଟେ ନନ୍ଦନକାନକୁ ଆସିଥିବା ଏହି ବାଘ ଶାବକଙ୍କୁ ନେଇ ପ୍ରାଣି ଉଦ୍ୟାନରେ ଖୁସି ଦେଖାଦେଇଛି ।
ମହାବଳ ବାଘ ନନ୍ଦନର ଦ୍ୱିତୀୟ ପାଳିରେ ନନ୍ଦନ ଓ ବାଘୁଣୀ ମେଘା ସହିତ ମିଳନ ହୋଇଥିଲା । ମେଘାର ଔରସରୁ ବିଳମ୍ବିତ ରାତିରେ 3-ଶାବକ ଜନ୍ମ ନେଇଛନ୍ତି । ଉଭୟ ମା ଓ ଛୁଆ ବର୍ତ୍ତମାନ ସୁସ୍ଥ ଥିବା ପ୍ରାଣି ଉଦ୍ୟାନ ପକ୍ଷରୁ କୁହାଯାଇଛି ।
ସିସିଟିଭି ମାଧ୍ୟ୍ୟମରେ ଶାବକଙ୍କ ଉପରେ ନଜର ରଖାଯାଇଛି । ବାଘୁଣୀ ମେଘାର ଏହି ଉପହାର ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ଘଟିଥିବା ସୂଚନା ଦେଇଛନ୍ତି ଉପନିର୍ଦେଶକ ବିମଲ ଆଚାର୍ଯ୍ୟ ।