ଅଣ୍ଡାମାଡ଼ କରିଥିବା ୩ ବିଜେପି ଯୁବ ନେତା ଗିରଫ, ବିଜେପିର ହୀନ ରାଜନୀତିକୁ ରାଜ୍ୟ କରୁଛି ନିନ୍ଦା

1 min read

ପୁରୀ: ମୁଖ୍ୟନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରିଥିବା ବିଜେପି ଯୁବ ନେତାଙ୍କ ନାଁରେ ଋଜୁ ହେଲା ମାମଲା  ।  ମୁଖ୍ୟମନ୍ତ୍ରୀ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୁରୀ ଗସ୍ତ କରିଥିବାବେଳେ ଫେରିବା ସମୟରେ ଅଣ୍ଡାମାଡ଼ କରିଥିଲେ ପୁରୀର ବିଜେପି ଯୁବ ନେତା  । ପୋଲିସ ଏହି ମାମଲାରେ ତିନି ଜଣଙ୍କୁ ଉଠାଇ ନେଇ ଅଟକ ରଖିଥିଲା  । ପରେ ପୁରୀ ପୋଲିସ ବିଭିନ୍ନ ଦପା ଲଗାଇବା ସହ ଏହି ତିନି ଜଣଙ୍କୁ କୋର୍ଟ ଫରୱାର୍ଡ କରିଛି  ।

ତିନି ଜଣଙ୍କ ବିରୋଧରେ ଆଇପିସିର ବିଭିନ୍ନ ମାମଲା ରୁଜୁ କରାଯିବା ସହ ପୁରୀ ପୋଲିସ ଗିରଫ କରିଛି  । IPCର ଧାରା 294, 341, 353, 332, 336, 506, ଏବଂ ୩୪ ଲଗାଯାଇଛି  । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ପୂର୍ବରୁ ପୁରୀ ସିଦ୍ଧମହାବୀର ଅଞ୍ଚଳର ଜୟନ୍ତ ଦାସଙ୍କ ବିରୋଧରେ ଅନେକ ଅଭିଯୋଗ ରହିଛି । ହସ୍ପିଟାଲରେ ବଡ଼ ଧରଣର ଗଣ୍ଡଗୋଳ କରି ଚର୍ଚ୍ଚାକୁ ଆସିଥିଲେ । ଏହି ମାମଲାରେ ଏବେ ବି ବିଚାରଧିନ ରହିଛି । ଅନ୍ୟଜଣେ ଅଭିଯୁକ୍ତ ପ୍ରଦୀପ ପରିଡା ତାଙ୍କ ବିରୋଧରେ ପୂର୍ବରୁ ୪ଟି ସଙ୍ଗୀନ ମାମଲା ବିଚାରଧିନ ରହିଛି ।  ୨୦୦୮ରେ ଏକ ଘଟଣାରେ ତାଙ୍କର ସମ୍ପୃକ୍ତି ମଧ୍ୟ ଥିଲା ।

ଏହାର ଚାର୍ଜସିଟ୍ ମଧ୍ୟ ଫାଇଲ ହୋଇଥିଲା । ଏଥିସହ ସେହିବର୍ଷ ଏକ ଡକାୟତୀ ମାମଲାରେ ମଧ୍ୟ ପ୍ରଦୀପଙ୍କ ସମ୍ପୃକ୍ତି ଥିଲା । ୨୦୦୯ ଏବଂ ୨୦୧୫ରେ ମଧ୍ୟ ତାଙ୍କ ବିରୋଧରେ ସଙ୍ଗୀନ ଅପରାଧିକ ମାମଲା ରୁଜୁ ହୋଇଥିଲା । ଅନ୍ୟ ଜଣ ଅଭିଯୁକ୍ତ ସତ୍ୟବାଦୀ ବିଭୁତି ରଥଙ୍କ ବିରୋଧରେ ମଧ୍ୟ ୨୦୧୬ରେ ଏକ ମାମଲାରେ ସମ୍ପୃକ୍ତି ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ବିରୋଧ ନାଁରେ ବିରୋଧୀ ବିଜେପିର ଏଭଳି ଆଚରଣକୁ ସବୁଠି ନିନ୍ଦା କରାଯାଇଛି ।

Leave a Reply