କୋରାପୁଟ: ଅନଲାଇନ୍ ଖେଳରୁ ଗଲା ଜୀବନ,ମାଷ୍ଟରମାଇଣ୍ଡ ସମେତ ୩ ଗିରଫ

କୋରାପୁଟ:କୋରାପୁଟରେ ଅନଲାଇନ ଖେଳରୁ ସୁପାରି କିଲିଂ । 17 ଲକ୍ଷ ଟଙ୍କାରେ ପାରଳାଖେମୁଣ୍ଡିରୁ ଆସିଥିଲେ ସୁପାରି କିଲର । ଶ୍ୱାସ ରୁଦ୍ଧ କରି ଯୁବକଙ୍କୁ କରିଥିଲେ ହତ୍ୟା। ଗତ 3 ତାରିଖରେ ପଟାଙ୍ଗୀ ଗଣେଶ ମନ୍ଦିର ନିକଟରୁ ଗଙ୍ଗା ଚୌଧୁରୀ ନାମକ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ହତ୍ୟା ଓ ଷଡଯନ୍ତ୍ର ମାମଲାରେ 3 ଜଣକୁ ଗିରଫ କରିଛି ପଟାଙ୍ଗୀ ପୋଲିସ। ଏସଂପର୍କରେ ସୁନାବେଡ଼ା ଏସଡିପିଓ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଅନଲାଇନ ଗେମରେ ୩ଲକ୍ଷ ଟଙ୍କା ହାରିଯାଇଥିଲେ ସୁନୀଲ ପାଢୀ । ବହୁ କଷ୍ଟରେ ଦେଢ ଲକ୍ଷ ଟଙ୍କା ସୁଝିଥିଲେ । ଏହାପରେ ସୁନିଲଙ୍କ ସାନଭାଇ ଅନୀଲ୍, ଗଙ୍ଗା ଚୌଧୁରୀକୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲା । ଅନୀଲ୍ ପାରଳାଖେମୁଣ୍ଡିରୁ ଦୁଇଜଣ ସୁପାରି କିଲରଙ୍କୁ 17ଲକ୍ଷ ଟଙ୍କାରେ ଡିଲ କରି ପଟାଙ୍ଗୀ ଆଣିଥିଲା । ଆଡଭାନସରେ 40ହଜାର ଟଙ୍କା ଦେଇଥିଲା । ଦୁଇ ସୁପାରି କିଲରଙ୍କୁ ସହଯ଼ୋଗ କରିଥିଲେ ଅନୀଲ ଓ ଅଜିତ ଖିଲୋ । ଆଉ 3ତାରିଖ ଦିନ ହତ୍ୟାକୁ ରୂପ ଦେଇଥିଲେ । ପୋଲିସ ଏହି ଘଟଣାରେ ଜଣେ ସୁପାରି କିଲର ଗଣେଶ ରାଉଳକୁ ଗିରଫ କରିଥିବା ବେଳେ ଆଉ ଜଣେ ଫେରାର ଅଛି । ସେପଟେ ସୁନୀଲର ଭାଇ ଅନୀଲ ଓ ଅଜିତ ଖିଲୋଙ୍କୁ ମଧ୍ୟ ଗିରଫ କରାଯ଼ାଇଛି ।

Leave a Reply