୧୦ ଲକ୍ଷ ଟଙ୍କା ଲାଞ୍ଚ ପାଇଁ ସିବିଆଇ ଗିରଫ ଘଟଣା, ଜାମିନରେ ବାହାରିଲେ ୩ ଅଭିଯୁକ୍ତ
1 min readଭୁବନେଶ୍ବର: ୧୦ ଲକ୍ଷ ଟଙ୍କା ଲାଞ୍ଚ ଘଟଣାରେ ସିବିଆଇ ଦ୍ବାରା ଗିରଫ ୩ ଅଭିଯୁକ୍ତ ବାହାରିଲେ ଜେଲରୁ । ADIPL ମୁଖ୍ୟ ଦେବଦତ୍ତ ମହାପାତ୍ର, ପେଣ୍ଟା-ଏ ଷ୍ଟୁଡିଓ ମୁଖ୍ୟ ସନ୍ତୋଷ ମହାରଣା ଓ ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଗ୍ରୁପ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ ଆଜି ଝାରପଡା ଜେଲରୁ ବାହାରିଛନ୍ତି । ଗତକାଲି ସର୍ତ୍ତମୂଳକ ଜାମିନ ଦେଇଥିଲେ ସିବିଆଇ ସ୍ପେଶାଲ କୋର୍ଟ । ୧ ଲକ୍ଷ ଟଙ୍କା ସହ ଦୁଇ ଜଣ ଜାମିନଦାରଙ୍କ ବଳରେ ମିଳିଥିଲା ଜାମିନ ।
ପ୍ରମାଣ ନଷ୍ଟ ନକରିବା ଓ ସହର ବାହାରକୁ ନ ଯିବା ପାଇଁ ଅନୁମତି ଆଦି ସର୍ତ୍ତ ବଳରେ ମିଳିଥିଲା ଜାମିନ । ଚଳିତମାସ ୭ ତାରିଖରେ ସିବିଆଇ ଏକ ଏଫଆଇଆର ରୁଜୁ କରିଥିଲା । ଯେଉଁଥିରେ ବ୍ରିଜ୍ ଆଣ୍ଡ ରୁଫ୍ ଇଣ୍ଡିଆ କମ୍ପାନୀର ଜେନେରାଲ ମ୍ୟାନେଜର ଚଞ୍ଚଳ ମୁଖାର୍ଜୀଙ୍କୁ ଗିରଫ କରିବା ସହ ନୟାପଲ୍ଲୀ ସ୍ଥିତ ପେଣ୍ଟା-ଏ ଷ୍ଟୁଡ଼ିଓ ପ୍ରାଇଭେଟ୍ ଲିମିଟେଡର ସନ୍ତୋଷ ମହାରଣାଙ୍କୁ ଗିରଫ କରିଥିଲା । ଏହି ମାମଲାରେ ପ୍ରାଥମିକ ତଦନ୍ତ ପରେ ଉକ୍ତ ସଂସ୍ଥା IAS ବିଷ୍ଣୁପଦ ସେଠୀଙ୍କର ପରୋକ୍ଷରେ ଆର୍ଥିକ ଦେଣନେଣ ଥିବାର ପ୍ରମାଣ ପାଇଛି । ଏହି ଚିଠି ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ ବଢ଼ାଇଛି ।