ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବାସଭବନକୁ ଉଡ଼ାଇ ଦେବାକୁ ଧମକ, ବଢ଼ିଲା ସୁରକ୍ଷା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳିଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରହୁଥିବା କାଳି ଦାସ ବାସଭବନକୁ ଏହି ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଛି । କଲ୍ ସେଣ୍ଟରକୁ ଏହି ଧମକ ମିଳିବା ପରେ ଲକ୍ଷ୍ନୌ କାଳି ଦାସ ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦାଇଯାଇଛି । ବମ୍ ସ୍କ୍ୱାଡ୍ ଓ ଡଗ୍ ସ୍କ୍ୱାଡ୍ ଛାନଭିନ୍ କରୁଛନ୍ତି ।ମିଳିଥିବା ସୂଚନା ମୁତାବକ, ୧୧୨ ନମ୍ବରକୁ ଧମକପୂର୍ଣ୍ଣ ଫୋନ୍ ଆସିଥିଲା । ତେବେ, କିଏ ଓ କେଉଁଠୁ ଫୋନ୍ କରିଥିଲା ପୋଲିସ ଏବେ ତାର ତଲାସୀ କରୁଛି । ଫୋନ୍ କଲେ ପରେ କାଳି ଦାସ ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଚେକ୍ ଗେଟ୍ କରାଯାଇଛି । ଏହି ମାର୍ଗରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବ୍ୟତୀତ କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା ଓ ଅନ୍ୟ କେତେଜଣ ମନ୍ତ୍ରୀ ସରକାରୀ ବାସଭବନ ରହିଛି ।

ପୂର୍ବରୁ ମିଳିଥିଲା ହତ୍ୟା ଧମକ

ଗତ ମାସରେ କାମରାନ ନାମକ ଯୁବକ ଉତ୍ତରପ୍ରଦେଶ ପୋଲିସର ସୋସିଆଲ୍ ମିଡିଆ ଡେସ୍କକୁ ଫୋନ୍ କରି ଯୋଗୀ ଆଦିତ୍ୟ ନାଥଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା । ପରେ ମହାରାଷ୍ଟ୍ର ଏଟିଏଫ ମୁମ୍ବାଇରେ ରହୁଥିବା ଯୁବକକୁ ଗିରଫ କରିଥିଲା । ୨୫ ବର୍ଷୀୟ ଅଭିଯୁକ୍ତ କାମରାନ ଏବେ ଉତ୍ତରପ୍ରଦେଶ ଏସଟିଏଫ ହେପାଜତରେ ଅଛି । ତେବେ, ହତ୍ୟା ଧମକ ପାଇଁ ତାକୁ କିଏ ପ୍ରୋତ୍ସାହିତ କରିଥିଲା ଜଣାପଡ଼ିନାହିଁ ।

କାମରାନ ଉତ୍ତରପ୍ରଦେଶ ପୋଲିସ ମୁଖ୍ୟାଳୟର ହ୍ୱାଟ୍ସଆପରେ ମେସେଜ କରି ଧମକ ଦେଇଥିଲା । ମେସେଜରେ ଲେଖାଥିଲା ‘ମୁଁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ବୋମା ପକାଇ ମାରିବି’ । ଏଥିରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଜୀବନ ପ୍ରତି ଯୋଗୀ ବିପଦ ଥିବା ଲେଖା ଯାଇଥିଲା । ଗୋମତି ନଗର ଥାନାରେ ଧାରା ୫୦୫(କ), ୫୦୬ ଓ ୫୦୭ରେ ମାମଲା ରୁଜୁ କରାଯାଇଥିଲା ।

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, ତଦନ୍ତ ଆରମ୍ଭ କଲା ଏସଟିଏଫ୍

Leave a Reply