ଜଲେଶପଟ୍ଟା ଆଶ୍ରମକୁ ଉଡ଼ାଇ ଦେବାକୁ ଧମକ ଦେବା ଘଟଣା, ମହାଦେବ ବାବା ଅଟକ

1 min read
Threatens To Blow Up Jalespata Ashram, Police Detained Mahadev Baba

ବ୍ରହ୍ମପୁର/ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଜଲେଶପଟ୍ଟା ଆଶ୍ରମକୁ ଉଡ଼ାଇ ଦେବା ପାଇଁ ଧମକ ଘଟଣା । ଫୋନରେ ଧମକ ଦେଇଥିବା ମହାଦେବ ବାବାକୁ କାବୁ କଲା ପୋଲିସ । ମହାଦେବ ବାବାକୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ଜଣାପଡ଼ିଛି । ସୂଚନା ଅନୁସାରେ ମହାଦେବ ବାବା ପୂର୍ବରୁ ଜଲେଶପଟ୍ଟା ଓ ଚକାପାଦ ସ୍ଥିତ ଆଶ୍ରମରେ ରହୁଥିଲେ ।

Threatens To Blow Up Jalespata Ashram, Police Detained Mahadev Baba

ଶନିବାର ଜଲେଶପଟ୍ଟା ଆଶ୍ରମ ମୁଖ୍ୟ ଜୀବନ ମୁକ୍ତାନନ୍ଦ ପୁରୀଙ୍କୁ ଫୋନ୍ ଯୋଗେ କେହି ଅଜଣା ବ୍ୟକ୍ତି ହତ୍ୟା ଧମକ ଦେଇଥିଲେ । ନିଜକୁ ମାଓବାଦୀ କହି ୪ ଦିନ ମଧ୍ୟରେ ଆଶ୍ରମ ଉଡ଼ାଇ ଦେବାକୁ ଧମକ ଦେଇଥିଲେ ସନ୍ଦିଗ୍ଧ । ଏନେଇ ସ୍ୱାମୀଜୀ ତୁମୁଡ଼ିବନ୍ଧ ଥାନାରେ ଲିଖିତି ଅଭିଯୋଗ କରିଥିଲେ ।

ଏଥିସହ ପଢ଼ନ୍ତୁ- ଜଲେଶପଟ୍ଟା ଆଶ୍ରମ ଉଡ଼ାଇଦେବାକୁ ସ୍ୱାମୀଜୀଙ୍କୁ ଧମକ

ପୋଲିସରେ ଅଭିଯୋଗ ପରେ ରବିବାର ଶସସ୍ତ୍ର ସୁରକ୍ଷାକର୍ମୀ ଜଲେଶପଟ୍ଟା ଆଶ୍ରମରେ ମୁତୟନ ହେବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ସମଗ୍ର ଅଞ୍ଚଳରେ ବମ୍ ସ୍କ୍ୱାଡ୍ ଯାଞ୍ଚ କରିଥିଲେ । ଏବେ ସେହି ଆଶ୍ରମରେ ପୂର୍ବରୁ ରହୁଥିବା ମହାଦେବ ବାବଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । କାହିଁକି ମହାଦେବ ଆଶ୍ରମ ଉଡ଼ାଇ ଦେବାକୁ ଧମକ ଦେଇଥିଲେ ପୋଲିସ ପଚରାଉଚରା କରୁଛି ।

Leave a Reply