ବୁଲ୍ଲିବାଈ ଆପ ଅଭିଯୋଗକାରୀଙ୍କୁ ଧମକପୂର୍ଣ୍ଣ ଫୋନ କଲ୍

ବାନ୍ଦ୍ରା : ବୁଲ୍ଲି ବାଈ ଆପ ସହ ଜଡ଼ିତ ଆଉ ଏକ ମାମଲା ସାମନାକୁ ଆସିଛି । ଆପର ଅଭିଯୋଗକାରୀଙ୍କୁ ଆସୁଛି ଧମକପୂର୍ଣ୍ଣ ଫୋନ୍ କଲ୍ । ବାନ୍ଦ୍ରାକୁଲା କମ୍ପେକ୍ସ ସ୍ଥିତ ସାଇବର ପୋଲିସ ଷ୍ଟେସନ ଅଧିକାରୀଙ୍କ କହିବାନୁସାରେ ଆପ ବିରୁଦ୍ଧରେ ଅଭିଯୋଗ କରିଥିବା ମହିଳାଙ୍କୁ ଫୋନରେ କେହି ଜଣେ ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି । ଗତ ଶନିବାର ଏ ନେଇ ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ମାମଲା ରୁଜ୍ଜୁ କରିଛି ।

ବାଙ୍ଗାଲୋରରୁ ଗିରଫ ହୋଇଥିବା ଘଟଣାର ଅନ୍ୟ ଜଣେ ଅଭିଯୁକ୍ତ ବିଶାଳ କୁମାର କରୋନା ପଜିଟିଭ୍ ଥିବା ଜଣାପଡ଼ିଛି । ତାଙ୍କ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହୋଇଛି । ପଜିଟିଭ୍ ବାହାରିବା ପରେ ବିଶାଳଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟର ରଖାଯାଇଥିବା ସୂଚନା ମିଳୁଛି । ବର୍ତ୍ତମାନ ସାରା ବିଶ୍ୱରେ ବୁଲ୍ଲି ବାଈ ଆପ ଚର୍ଚ୍ଚାରେ ଥିବାବେଳେ ଏହି ଆପରେ ବିଶେଷକରି ମୁସଲିମ୍ ମହିଳାଙ୍କ ଆପତ୍ତିଜନକ ପୋଷ୍ଟ କରାଯାଉଥିଲା । ଏହି ମାମଲା ସହ ଜଡ଼ିତ ଉତ୍ତରାଖଣ୍ଡରୁ ଶ୍ୱେତା ନାମକ ଜଣେ ମହିଳା, ମୟଂକ ରାଓ୍ୱଲ୍ ଏବଂ ବାଙ୍ଗାଲୋରୁ ୨୧ ବର୍ଷୀୟ ଜଣେ ଯୁବକ ବିଶାଳଙ୍କୁ ମୁମ୍ୱାଇ ପୋଲିସ ଗିରଫ କରିଛି । ଏଥିସହ ଦିଲ୍ଲୀ ପୋଲିସ ଏ ନେଇ ଏକ ମାମଲା ରୁଜ୍ଜୁ କରି ୬ ଜାନୁଆରୀରେ ଆସାମରୁ ନୀରଜ ବିଶୋଇ ନାମକ ଯୁବକଙ୍କୁ ଗିରଫ କରିଛି । ପୋଲିସର କହିବାନୁସାରେ ଆସାମରୁ ଗିରଫ ହୋଇଥିବା ନୀରଜ ବିଶୋଇ ବୁଲ୍ଲୀ ବାଈ ଆପର ନିର୍ମାଣକାରୀ ।

Leave a Reply