ଦୁଇ ବର୍ଷ ପରେ ହେବ ଐତିହାସିକ କଟକ ବାଲିଯାତ୍ରା
କଟକ: ଚଳିତ ବର୍ଷ ହେବ କଟକ ବାଲିଯାତ୍ରା । ବାଲିଯାତ୍ରାକୁ ଜାତୀୟ ସ୍ତରର ମେଳାର ରୂପ ଦେବାନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ସବୁ ବିଭାଗ କୁ ଏବେଠୁ ପ୍ରସ୍ତୁତି ରହିବା ଏବଂ କାର୍ଯ୍ୟ ଆରମ୍ଭ କରିବାକୁ କଟକ ଜିଲ୍ଲାପାଳ ଦେଇଛନ୍ତି ପରାମର୍ଶ ।
କୋଭିଡ ପାଇଁ ଦୀର୍ଘ ଦୁଇ ବର୍ଷ ହେବ ବନ୍ଦ ରହିଥିଲା ଐତିହାସିକ ବାଲିଯାତ୍ରା । ଭିଡ ଏବଂ ଗହଳି କାରଣରୁ କୋଭିଡର ସଂକ୍ରମଣ ବଢିବା ନେଇ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା । ବର୍ଷ ବର୍ଷ ଧରି ଚାଲିଆସୁଥିବା ଏହି ପରମ୍ପରାରେ ଲାଗିଥିଲା ବ୍ରେକ୍ ।
ଚଳିତ ବର୍ଷ ବାଲିଯାତ୍ରା ହେବାନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ । ତେବେ କଟକ ବାଲିଯାତ୍ରାକୁ ନେଇ ଏବେ ଆରମ୍ଭ ହେଲାଣି ସମସ୍ତ ପ୍ରକାର ପ୍ରସ୍ତୁତି । ଲକ୍ଷାଧିକ ଜନ ସମାଗମକୁ ଦୃଷ୍ଟିରେ ରଖି ଐତିହାସିକ ବାଲିଯାତ୍ରାକୁ ସୁରୁଖୁରରେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।