ଭୂତ ଭୟରେ ପୂରା ଗାଁ ହୋଇଗଲା ଖାଲି, ଆଉ ଅଛନ୍ତି ମାତ୍ର ୪ ଜଣ

ଭୋପାଳ: ଏକବିଂଶ ଶତାଦ୍ଦୀରେ ବି ଲୋକମାନେ ଭୁତପ୍ରେତ ଭଳି ଅନ୍ଧବିଶ୍ୱାସ ରଖୁଛନ୍ତି ତାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଆଉ ଏହି ଅନ୍ଧବିଶ୍ୱାସ ପାଇଁ ଯଦି କିଏ ନିଜ ପୈତୃକ ଘର ଓ ଗାଁ ଛାଡ଼ିଦିଏ ତେବେ ତାହା ଆହୁରି ଅବାକ ଲାଗେ। ଏମିତି ହିଁ ଏକ ଘଟଣା ନିକଟରେ ଦେଖିବାକୁ ମିଳିଛି  ମଧ୍ଯପ୍ରଦେଶର ଛତ୍ରପୁର ଜିଲ୍ଲାରେ।

ଜିଲ୍ଲାର ଏକ ଗାଁ ଏହି ଭୁତ ପ୍ରେତ ପାଇଁ ସମ୍ପୂର୍ଣ୍ଣ ଖାଲି ହୋଇଯାଇଛି। ଗାଁରେ ଲଗାତାର ଭାବେ ଏମିତ କିଛି ଅପ୍ରିୟ ଘଟଣା ସବୁ ଘଟିଲା ଯେ ଗ୍ରାମବାସୀମାନେ ଗାଁଏ ଛାଡ଼ି ପଳାଇଛନ୍ତି । ଅବଶ୍ୟ ଏ କଥା କେତେଦୂର ସତ ତାହା ଆମେ ପ୍ରମାଣ କରିପାରିବୁ ନାହିଁ। କିନ୍ତୁ ଗାଁ ଲୋକମାନଙ୍କ କହିବା କଥା ଯେ ଗାଁରେ ଭୁତପ୍ରତେ ଓ ଅତୃପ୍ତ ଆତ୍ମା ଘୁରି ବୁଲନ୍ତି।  ଏହି ଗାଁର ନାଁ ହେଉଛି ‘ଚୌକା ‘ ଜିଲ୍ଲାର ମୁଖ୍ୟାଳୟରୁ ପ୍ରାୟ ୪୦ କିମି ଦୂରେ ଅବସ୍ଥିତ। ୧୫ ବର୍ଷ ପୂର୍ବରୁ ଏହି ଗାଁରେ ପାଖାପାଖି ୪୦୦ ଲୋକ ରହୁଥିଲେ ଯାହାକି ଆଜି ୪ରେ ପହଞ୍ଚିଯାଇଛି। ୧୫ ବର୍ଷ ତଳେ ସବୁକିଛି ବହୁତ ଭଲ ଥିଲା, ହେଲେ ହଠାତ ଗାଁଲୋକମାନଙ୍କୁ ଗାଁରେ ବହୁତ ପ୍ରେତାତ୍ମା ଦେଖାଦେଲା । ଲୋକମାନେ ଅସୁସ୍ଥ ହେବାକୁ ଲାଗିଲେ, ବହୁତ ଲୋକଙ୍କର ଏଥିରେ ମୃତ୍ୟୁ ବି ହୋଇଗଲା। ଏହାପରେ ଧିରେ ଧିରେ ଗାଁ ଖାଲି ହେବାରେ ଲାଗିଲା ।

ଗାଁରେ ରହୁଥିବା ଅତ୍ମରାମ ପାଣ୍ଡେ ଏବଂ ବାଚୁ ଯାଦବଙ୍କ କହିବା କଥା ଯେ ୧୫ବର୍ଷ ପୂର୍ବେ ଗାଁରେ ସବୁକିଛି ଠିକ୍ ଥିଲା। କିନ୍ତୁ ହଠାତ ପିଲାଠାରୁ ଆରମ୍ଭ କରି ଗାଁରେ ରହୁଥିବା ଯୁବକମାନେ ବି ଅସୁସ୍ଥ ହୋଇପଡୁଥିଲେ। ଅନେକ ଲୋକଙ୍କ ପ୍ରାଣ ବି ଚାଲିଗଲା  ଗାଁର ମହିଳାମାନେ ମଧ୍ୟ ଅଜବ ଅଜବ କାମ କରିବା ଆରମ୍ଭ କଲେ। ଗାଁ ଭିତରେ ଲୋକମାନଙ୍କୁ ଅଜ ଅଜବ ପ୍ରେତାତ୍ମା ଦେଖାଦେଲା। ହଠାତ୍ ଗାଁ ଲୋକଙ୍କ ସହିତ ଏମିତି ସବୁ କାହିଁକି ଘଟୁଛି ତାହା କେହି ବୁଝିପାରିଲେ ନାହିଁ । ଆଉ ଧାରେ ଧୀରେ ସମଗ୍ର ଗାଁ ଖାଲି ହୋଇଗଲା । ଆଜି ବି ଗ୍ରାମବାସୀ ଗାଁକୁ ଆସିବାକୁ ଡରୁଛନ୍ତି। ଏବେ ବି ସେମାନଙ୍କ ମନରୁ ଡର ଯାଇନାହିଁ। ତାଙ୍କ କହିବା କଥା ଯେ ଏବେ ଏହି ଗାଁରେ ମାତ୍ର ୪ ଜଣ ଲୋକ ରହୁଛନ୍ତି। ସେ ବି ଯାହାଙ୍କର ବୟସ ୭୦ରୁ ଅଧିକ ହେବ।

ଜଣେ ଜଣେ କରି ସମସ୍ତେ ଗାଁ ଛାଡ଼ି ପଳେଇଲେ। ହେଲେ ନା ଗାଁ ଭିତରକୁ କେହି ପ୍ରଶାସନିକ ଅଧିକାରୀ ଆସିଲେ ନାଁ କେହି ଏହା ଜଣିବକୁ ଚେଷ୍ଟା କଲେ ଯେ କାହିଁକି ସମସ୍ତେ ଗାଁ ଛାଡ଼ି ପଳଉଛନ୍ତି। ଯେଉଁ ଗାଁ ଦିନେ ୪୦୦ ଲୋକରେ ଭରପୁର ଥିଲା ଆଜି ସେହି ଗାଁରେ ମାତ୍ର ୪ ଜଣ ରହିଛନ୍ତି।

Leave a Reply