ଅଳିଆ ଭାବି ଫିଙ୍ଗି ଦେଉଥିବା ଏହି ଜିନିଷ କମ୍‌ କରିବ ପେଟର ଚର୍ବି

1 min read

ନୂଆଦିଲ୍ଲୀ:  ପ୍ରତିବର୍ଷ ୭ ଏପ୍ରିଲ ମଇ ମାସରେ ‘ଓ୍ୱାର୍ଲଡ ହେଲ୍ଥ  ଡେ’ ପାଳନ କରାଯାଏ । ସାରା ବିଶ୍ୱର ଲୋକ କିଭଳି ସ୍ୱାସ୍ଥ୍ୟକୁ ନେଇ ଜାଗ୍ରତ ରହିବେ ସେଥିପାଇଁ ଓ୍ୱାର୍ଲଡ ହେଲ୍ଥ  ଅର୍ଗାନାଇଜେସନ୍‌ ପକ୍ଷରୁ ଏହି ଦିନ ପାଳନ କରାଯାଏ । ଚଳିତ ୨୦୨୨ରେ ଓ୍ୱାର୍ଲଡ ହେଲ୍ଥ ଡେ’ର ଥିମ୍‌ ରହିଛି  ‘Our Planet, Our Health’

 

ସାରା ଦୁନିଆର ଲୋକ କେତେକ ଗମ୍ଭୀର ରୋଗର ଶିକାର ହେଉଛନ୍ତି । ଯେଉଁଥିରେ ମେଦ ବହୁଳତା ଏବଂ କୋଲେଷ୍ଟ୍ରଲ ମଧ୍ୟ ସାମିଲ ରହିଛି । ତେବେ ମେଦ ବହୁଳତା ଦ୍ୱାରା ନା କେବଳ ସୌନ୍ଦର୍ଯ୍ୟ ହ୍ରାସ ହୁଏ ବରଂ ଏଥିପାଇଁ ମଧୁମେହ, ହୃଦରୋଗ ଭଳି ରୋଗର ଆଶଙ୍କା ବଢ଼ିଯାଏ ।  ସେହିଭଳି ରକ୍ତରେ ଖରାପ କୋଲେଷ୍ଟ୍ରଲ ବଢ଼ିବା ଯୋଗୁଁ ହାର୍ଟ ଆଟାକ, ହାର୍ଟ ଷ୍ଟ୍ରୋକ୍‌ ଭଳି ରୋଗର ଆଶଙ୍କା ବଢ଼ିଯାଏ ।

ତେବେ ନିକଟରେ ସିଙ୍ଗାପୁରର ନାନୟାଙ୍ଗ୍‌ ଟେକ୍ନୋଲୋଜି ୟୁନିଭର୍ସିଟି ଏବଂ ଜାପାନର ବାସେଡା ୟୁନିଭର୍ସିଟିର ବୈଜ୍ଞାନିକ ଏକ ଅଧ୍ୟୟନରେ ଏଭଳି ଏକ ଜିନିଷ ବିଷୟରେ ଖୋଜି ବାହାର କରିଛନ୍ତି ଯାହା ଶରୀର ପାଇଁ ଖୁବ୍‌ ଲାଭଦାୟକ, କିନ୍ତ ଲୋକେ ଏହାକୁ ଅଳିଆ ଭାବି ଫିଙ୍ଗି ଦିଅନ୍ତି ।  ତେବେ ଏହାର ନା ହେଉଛି ସୋୟା ପଲ୍ପ । ଏହାକୁ ଓକାରା ବୋଲି କୁହାଯାଏ ।

 

ଓକାରା କ’ଣ?

କଦଳୀ ଚୋପାଠାରୁ ଆରମ୍ଭ କରି ତରଭୁଜ ମଞ୍ଜି ପର୍ଯ୍ୟନ୍ତ, ଅଳିଆ ଭାବି ଲୋକ ଏ ସବୁ ଫିଙ୍ଗି ଦିଅନ୍ତି ।  କିନ୍ତୁ ଏହାକୁ କାମରେ ବ୍ୟବହାର କରାଯାଇପାରିବ ।  ଏଥିରେ ପୋଷକ ତତ୍ତ୍ୱ ଭରି ରହିଥାଏ ।ତେବେ ଓକାରା ବା ସୋୟାବିନ୍‌ ପଲ୍ପ ହେଉଛି ସେହି ଜିନିଷ ଯାହା ଟୋଫୁ ପ୍ରସ୍ତୁତ ବେଳେ ବାହାରିଥାଏ । ଏକାଧିକ ଦେଶରେ ଏହାକୁ ଅନାବଶ୍ୟକ ଭାବି ଫିଙ୍ଗି ଦିଆଯାଉଥିବାବେଳେ ଜାପାନରେ ଏହାକୁ କେତେକ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଏ ।  ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ, ଫାଇବର ଏବଂ କ୍ୟାଲସିୟମ ଭଳି ପୋଷକ ତତ୍ତ୍ୱ ଭରି ରହିଥାଏ ।