ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ୍‌ ପରୀକ୍ଷା

Matric Exam

ଭୁବନେଶ୍ୱର: କରୋନା ପାଇଁ କୋହଳ ହେଲା ମାଟ୍ରିକ ପରୀକ୍ଷା । ଏଥର ନିଜ ସ୍କୁଲରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ଅଢେଇ ଘଣ୍ଟା ବଦଳରେ ୨ ଘଣ୍ଟା ଅବଧିର ପରୀକ୍ଷା ହେବ । ତେବେ ଅନ୍ୟ ସ୍କୁଲ ଶିକ୍ଷକ ପରୀକ୍ଷା ନିରୀକ୍ଷକ ଦାୟିତ୍ୱରେ ରହିବେ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ପରୀକ୍ଷାର କାର୍ଯ୍ୟସୂଚୀ ସମୟ ଓ ସ୍ଥାନ ପରିବର୍ତ୍ତନ କରାଯାଇଛି। କରୋନା ଯୋଗୁଁ ରହିବା ଓ ଯାତାୟତରେ ଅଭିଭାବକ, ଛାତ୍ରଛାତ୍ରୀ ଅସୁବିଧା ଭୋଗିବାର ଆଶଙ୍କା ଥିବାରୁ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯାଇ ନଥିଲେ ମଧ୍ୟ ଖୁବ୍‌ଶୀଘ୍ର ଏନେଇ ସବିଶେଷ ତଥ୍ୟ ବିଦ୍ୟାର୍ଥୀଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି ।

ଅନ୍ୟପଟେ କିଛି ଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଟ୍ରିକ୍‌ ପରୀକ୍ଷା ଫି’ ଛାଡ଼ କରାଯାଇଥିଲା । ଏହାପରେ ବୁଧବାର  ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଏକ ବମ୍ଫର ଉପହାର ଦିଆଯାଇଥିଲା । ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ଟେଷ୍ଟପେପର ଦେବା ପାଇଁ ସରକାରଙ୍କ ଘୋଷଣା କରିଛନ୍ତି । ୬ ଲକ୍ଷ  ୨୦ ହଜାର ୫୦୮ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଟେଷ୍ଟପେପର ପ୍ରଦାନ କରିବେ ସରକାର । ଏନେଇ ସୁଚନା ଦେଇଛନ୍ତି ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

କୋଭିଡ ଯୋଗୁଁ ପାଠ ପଢାରେ ସୃଷ୍ଟି ହୋଇଥିଲା ବ୍ୟାଘାତ । ଦୀର୍ଘ ଦିନ ଧରି ବନ୍ଦ ରହିଥିଲା ବିଦ୍ୟାଳୟ । ସେପଟେ ବର୍ତ୍ତମାନ ସ୍କୁଲ ଖୋଲିଛି ଏବଂ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କ ହାତରେ ଖୁବ କମ୍‌ ସମୟ ରହିଛି । ଏପରିସ୍ଥଳେ ପିଲାଙ୍କୁ ୭୦୦ ପୃଷ୍ଠାର ଟେଷ୍ଟପେପର ମାଗଣା ଦେବେ ରାଜ୍ୟ ସରକାର ।

ଏହାର ନାମ ‘ପରୀକ୍ଷା ଦର୍ପଣ’ ରହିଛି । ଟେଷ୍ଟପେପରରେ ପ୍ରଶ୍ନ ସହ ଉତ୍ତର ରହିବ । ପିଲାଙ୍କୁ ଚାପମୁକ୍ତ ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବା କୁହାଯାଇଛି । ସେପଟେ ପୂର୍ବରୁ ମାଟ୍ରିକ ପରୀକ୍ଷା ପାଇଁ ୩୦ ପ୍ରତିଶତ ସିଲାବସ କମ୍‌ କରାଯାଇଛି । ଅନଲାଇନ, ଟିଭି, ରେଡ଼ିଓର ବ୍ୟବସ୍ଥା କରି ମଧ୍ୟ ଛାତ୍ରଛାତ୍ରୀ ସଠିକ ଭାବେ ପଢ଼ି ପରିନାହାଁନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ ପରୀକ୍ଷା ଦର୍ପଣ ନାମକ ଏକ ଟେଷ୍ଟ ପେପର ଛାତ୍ର ଛାତ୍ରୀଙ୍କୁ ଦିଆଯିବ ।

ମେ ୩ରୁ ପରୀକ୍ଷା ଆରମ୍ଭ । ତେଣୁ ପରୀକ୍ଷାର ଯଥେଷ୍ଟ ପୂର୍ବରୁ ପିଲାଙ୍କ ପାଖରେ ବହି ପହଁଚାଇ ଦିଆଯିବ ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ । ୩,୩୦,୩୩୯ ସରକାରୀ ସ୍କୁଲ ସହ ୨୭୦୨୬ ଆବାସିକ ଆଦିବାସୀ ସ୍କୁଲ ଏବଂ ୩୬୫୭୯ ଘରୋଇ ସ୍କୁଲ, ୨୫୯୩୯ ଏକ୍ସ ରେଗୁଲାର ଛାତ୍ର ଛାତ୍ରୀ ସହ୧୬୨୪ ଭୋକେସନାଲ ଛାତ୍ରଛାତ୍ରୀଙ୍କୁ ଏହି ବହି ଦିଆଯିବ । ପରୀକ୍ଷା ପାଇଁ ଏହା ସାହାଯ୍ୟ କରିବ । ପ୍ରତିଶତ ସିଲାବସକୁ ନେଇ ପରୀକ୍ଷା ଦର୍ପଣ ବହି ଛପା ହେବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

Leave a Reply