କରୋନାର ଦ୍ୱିତୀୟ ଲହରରେ ଏହି ରାଜ୍ୟରେ ବିକ୍ରି ହୋଇଛି ସର୍ବାଧିକ ମଦ

1 min read

ନୂଆଦିଲ୍ଲୀ:  ପ୍ରାୟ ୨ ବର୍ଷ ପୂର୍ବରୁ ଉତ୍ପତ୍ତି ହୋଇ ଦେଶରେ  ହଇଚଇ ସୃଷ୍ଟି କରିଥିବା କରୋନାରେ କେରଳ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟ ଅଧିକ ପ୍ରଭାବିତ ହୋଇଛି ।  ବିଶେଷ କରି ଦ୍ୱିତୀୟ ଲହରରେ ମହାରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ ହୋଇ ପଡ଼ିଥିଲା ।  ତଥାପି ମଧ୍ୟ ଲୋକେ ଏତେ ମାତ୍ରାରେ ମଦ କିଣିଲେଯେ, ତାହା ରେକର୍ଡ଼ ସଂଖ୍ୟକ ଥିଲା ।  ସରକାରୀ ଆକଳନ ଅନୁସାରେ  କରୋନା ମହାମାରୀର ଦ୍ୱିତୀୟ ପର୍ଯ୍ୟାୟରେ, ପ୍ରଭାବିତ ଆର୍ଥିକ ବର୍ଷ ୨୦୨୧-୨୨ରେ ମହାରାଷ୍ଟ୍ରରେ ୧୭ ହଜାର ୧୭୭ କୋଟିରୁ ଅଧିକ ମଦ ବିକ୍ରି ହୋଇଛି । ଯାହା ବାର୍ଷିକ ହିସାବରେ ତୁଳନା କଲେ ୨ ହଜାରରୁ ଅଧିକ ଥିଲା ।

ମହାରାଷ୍ଟ୍ରର ଏକ୍ସସାଇଜ ଡିପାର୍ଟମେଣ୍ଟର କହିବା ହେଉଛି, ଗତ ତିନି ବର୍ଷରେ ଏହା ଥିଲା ସର୍ବାଧିକ ରେକର୍ଡ଼ । ଯାହା ୨୦୨୦-୨୧ ତୁଳନାରେ ୧୭ ପ୍ରତିଶତ ଅଧିକ ଥିଲା । ତେବେ କରୋନାର ପ୍ରଥମ ଲହରରେ ଯଦିଓ ଏହା ହ୍ରାସ ହୋଇ ୧୯୯୯ ଲକ୍ଷ ବଲ୍କ ଲିଟରକୁ ଆସି ଯାଇଥିଲା, ତଥାପି ଆଗାମୀ ବର୍ଷ ବହୁଳ ମାତ୍ରାରେ ବିକ୍ରି ହେଲା ।

ଗତ ଆର୍ଥିକ ବର୍ଷ ଆଇଏମଏଫଏଲ ବ୍ୟତୀତ ବିୟର ଏବଂ ଦେଶୀ ମଦ ପାଇଁ ମଧ୍ୟ ଲାଭକାରୀ ବର୍ଷ ଥିଲା । ଯାହା କରୋନା ପରେ ପ୍ରଥମ ଥର ଏଭଳି ହୋଇଛି ।