କରୋନାର ଦ୍ୱିତୀୟ ଲହରରେ ଏହି ରାଜ୍ୟରେ ବିକ୍ରି ହୋଇଛି ସର୍ବାଧିକ ମଦ
1 min readନୂଆଦିଲ୍ଲୀ: ପ୍ରାୟ ୨ ବର୍ଷ ପୂର୍ବରୁ ଉତ୍ପତ୍ତି ହୋଇ ଦେଶରେ ହଇଚଇ ସୃଷ୍ଟି କରିଥିବା କରୋନାରେ କେରଳ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟ ଅଧିକ ପ୍ରଭାବିତ ହୋଇଛି । ବିଶେଷ କରି ଦ୍ୱିତୀୟ ଲହରରେ ମହାରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ ହୋଇ ପଡ଼ିଥିଲା । ତଥାପି ମଧ୍ୟ ଲୋକେ ଏତେ ମାତ୍ରାରେ ମଦ କିଣିଲେଯେ, ତାହା ରେକର୍ଡ଼ ସଂଖ୍ୟକ ଥିଲା । ସରକାରୀ ଆକଳନ ଅନୁସାରେ କରୋନା ମହାମାରୀର ଦ୍ୱିତୀୟ ପର୍ଯ୍ୟାୟରେ, ପ୍ରଭାବିତ ଆର୍ଥିକ ବର୍ଷ ୨୦୨୧-୨୨ରେ ମହାରାଷ୍ଟ୍ରରେ ୧୭ ହଜାର ୧୭୭ କୋଟିରୁ ଅଧିକ ମଦ ବିକ୍ରି ହୋଇଛି । ଯାହା ବାର୍ଷିକ ହିସାବରେ ତୁଳନା କଲେ ୨ ହଜାରରୁ ଅଧିକ ଥିଲା ।
ମହାରାଷ୍ଟ୍ରର ଏକ୍ସସାଇଜ ଡିପାର୍ଟମେଣ୍ଟର କହିବା ହେଉଛି, ଗତ ତିନି ବର୍ଷରେ ଏହା ଥିଲା ସର୍ବାଧିକ ରେକର୍ଡ଼ । ଯାହା ୨୦୨୦-୨୧ ତୁଳନାରେ ୧୭ ପ୍ରତିଶତ ଅଧିକ ଥିଲା । ତେବେ କରୋନାର ପ୍ରଥମ ଲହରରେ ଯଦିଓ ଏହା ହ୍ରାସ ହୋଇ ୧୯୯୯ ଲକ୍ଷ ବଲ୍କ ଲିଟରକୁ ଆସି ଯାଇଥିଲା, ତଥାପି ଆଗାମୀ ବର୍ଷ ବହୁଳ ମାତ୍ରାରେ ବିକ୍ରି ହେଲା ।
ଗତ ଆର୍ଥିକ ବର୍ଷ ଆଇଏମଏଫଏଲ ବ୍ୟତୀତ ବିୟର ଏବଂ ଦେଶୀ ମଦ ପାଇଁ ମଧ୍ୟ ଲାଭକାରୀ ବର୍ଷ ଥିଲା । ଯାହା କରୋନା ପରେ ପ୍ରଥମ ଥର ଏଭଳି ହୋଇଛି ।