ମୋଦିଙ୍କ ଏହି ମନ୍ତ୍ରୀଙ୍କ ପାଖରେ ଅଛି ପାଖାପାଖି ୬ ହଜାର କୋଟିର ସମ୍ପତ୍ତି

ନୂଆଦିଲ୍ଲୀ: ମୋଦି ସରକାର ୩.୦ରେ ଅନେକ ନୂଆ ଓ ଯୁବ ସାଂସଦଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ମିଳିଛି  । ଖାସ କରି ସହଯୋଗୀ ଦଳ ତେଲୁଗୁ ଦେଶମ ପାର୍ଟି (ଟିଡିପି)ରୁ ଅନେକ ସାଂସଦଙ୍କୁ ମିଳିଛି ମନ୍ତ୍ରୀ ପଦ  । ଟିଡିପିର ୩୬ ବର୍ଷୀୟ ରାମମୋହନ ନାଇଡୁଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ମିଳିବା ସମସ୍ତଙ୍କୁ ଆକର୍ଷିତ କରିଛି  । କାରଣ ନରେନ୍ଦ୍ର ମୋଦି କ୍ୟାବିନେଟରେ ସବୁଠାରୁ ଧନୀ ମନ୍ତ୍ରୀ ଅଟନ୍ତି ରାମମୋହନ ନାଇଡୁ  ।

ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମରୁ ଲୋକସଭା ସାଂସଦ ଅଛନ୍ତି ରାମମୋହନ  । ଟିଡି୍ପିର ମହାସଚିବ ସହ ବରିଷ୍ଠ ନେତା ୟେରେନ ନାଇଡୁଙ୍କ ପୁଅ  । ସେହିପରି ମୋଦିଙ୍କ କ୍ୟାବିନେଟରେ ଆଉ ଜଣେ ରାଷ୍ଟ୍ର ମନ୍ତ୍ରୀ ହେଉଛନ୍ତି ଚନ୍ଦ୍ରଶେଖର ପେମ୍ମାସାନୀ  । ଗୁଣ୍ଟୁର ଲୋକସଭା ଆସନରୁ ନିର୍ବାଚନ ଜିତିଥିବା ଚନ୍ଦ୍ରଶେଖରଙ୍କ ଏହା ପ୍ରଥମ ନିର୍ବାଚନ  । ଆମେରିକାରୁ ପାଠ ପଢିଥିବା ଚନ୍ଦ୍ରଶେଖରଙ୍କ ସର୍ବମୋଟ ସମ୍ପତ୍ତି ମୂଲ୍ୟ ୫ ହଜାର ୭୦୦ କୋଟି ଟଙ୍କା  ।

ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀମଣ୍ଡଳରେ ୩୭ ବର୍ଷୀୟ ରକ୍ଷା ନିଖିଲ ଖଡସେ ସବୁଠାରୁ କମ ବୟସ୍କ ମନ୍ତ୍ରୀ ଭାବେ ସ୍ଥାନ ପାଇଥିବାବେଳେ ୭୯ ବର୍ଷୀୟ ଜିତନ ରାମ ମାଞ୍ଝି ସବୁଠାରୁ ବୟସ୍କ ମନ୍ତ୍ରୀ ଅଟନ୍ତି  । ଅନ୍ୟ ଯୁବ ମନ୍ତ୍ରୀଙ୍କ ମଧ୍ୟରେ ଚିରାଗ ପାସୱାନ ଓ  ଜୟନ୍ତ ଚୌଧୁରୀ ସାମିଲ ଅଛନ୍ତି  ।