ସ୍ୱାମୀଙ୍କ ୱାର୍କଫ୍ରମ୍ ହୋମକୁ ନେଇ ଚିନ୍ତାରେ ପତ୍ନୀ, ବସଙ୍କୁ କହିଲେ କେବେ ଆରମ୍ଭ ହେବ Work From Office

ମହାମାରୀ ସମୟରେ ଅନେକ ସଂସ୍ଥା ସେମାନଙ୍କ କର୍ମଚାରୀଙ୍କ ଲାଗି ‘ୱାର୍କଫ୍ରମ୍ ହୋମ’ ବ୍ୟବସ୍ଥା କରିଛନ୍ତି । ହେଲେ ସୁବିଧା ଅନେକଙ୍କ ପାଇଁ ଚିନ୍ତାର କାରଣ ବି ପାଲଟିଛି। ନିକଟରେ ଏହିଭଳି ଏକ ଖବର ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ୱାର୍କଫ୍ରମ୍ ହୋମକୁ ନେଇ ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କ ବସଙ୍କୁ ଅଭିଯୋଗ କରିଛନ୍ତି। ଯାହା ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ପତ୍ନୀ ଜଣଙ୍କ ବସଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଯେ ଅଫିସକୁ ଯାଇ କାମ କରିବା ଲାଗି ତାଙ୍କ ସ୍ୱାମୀଙ୍କୁ ଡକାଯାଉ। ଶୀଘ୍ର Work From Office ବ୍ୟବସ୍ଥା ଆରମ୍ଭ ନହେଲେ ତାଙ୍କ ବୈବାହିକ ଜୀବନ ଅଧିକ ଦିନ ତିଷ୍ଠି ରହିବ ନାହିଁ । ଏବେ କିନ୍ତୁ ଏହି ଘଟଣା ଭାଇରାଲ୍ ହେବା ପରେ ଚର୍ଚ୍ଚାକୁ ଆସିଛି ।

ବିଜନେସମ୍ୟାନ୍ ହର୍ଷ ଗୋଏଙ୍କା ଗତ ସେପ୍ଟମ୍ବର ୯ ତାରିଖରେ ଏନେଇ ଟ୍ୱିଟ୍ କରିଥିଲେ । ଆଉ କ୍ୟାପସନରେ ଲେଖିଥିଲେ, ‘ବୁଝି ପାରୁନି କ’ଣ ଉତ୍ତର ଦେବି’ ।

ମହିଳା ଜଣଙ୍କ ଆହୁରି ମଧ୍ୟ ଲେଖିଛନ୍ତି, ମୋ ସ୍ୱାମୀ ଦିନକୁ ଦଶ ଥର କଫି ମାଗୁଛନ୍ତି । କାମ କରିବା ବେଳେ ଘରର ଭିନ୍ନ ଭିନ୍ନ ସ୍ଥାନରେ ବସି ମଇଳା କରୁଛନ୍ତି । ଆଉ ସ୍ୱଳ୍ପ ବ୍ୟବଧାନରେ ବାରମ୍ବାର କିଛି ନାକିଛି ଖାଇବାକୁ ମାଗୁଛନ୍ତି । ମୋର ପୂର୍ବରୁ ଦୁଇ ଛୁଆ ଅଛନ୍ତି, ସେମାନଙ୍କ ଯତ୍ନ ନେବାକୁ ପଡେ । ଏଭଳି ସମୟରେ ଆପଣଙ୍କ ସର୍ପୋଟ୍ ଚାହୁଁଛି, ଫଳରେ ମୋତେ ଟିକେ ମାନସିକ ଶାନ୍ତି ମିଳିପାରିବ।

Leave a Reply