‘ଦି କାଶ୍ମୀର ଫାଇଲସ୍’ ଦେଖିବା ପରେ ଏମିତି ପ୍ରତିକ୍ରିୟା ରଖିଲେ ସଲମାନ

ମୁମ୍ବାଇ: ଦି କାଶ୍ମୀର ଫାଇଲସ’ର କ୍ରେଜ୍ ଦିନକୁ ଦିନ ବଢିବାରେ ଲାଗିଛି । କମ୍ ବ୍ୟୟରେ ନିର୍ମିତ ଏହି ଫିଲ୍ମ ବକ୍ସଅଫିସରେ ହଙ୍ଗାମା କରିଛି । ଏହି ଫିଲ୍ମରେ ଦର୍ଶାଯାଇଥିବା କାଶ୍ମୀର ପଣ୍ଡିତଙ୍କ ଦୁଃଖ ଯନ୍ତ୍ରଣାକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । କେବଳ ଦର୍ଶକ ନୁହଁନ୍ତି ବଲିଓଡ଼ ଅଭିନେତା ମଧ୍ୟ ଫିଲ୍ମର ପ୍ରସଂଶା କରିଛନ୍ତି । ରିତେଶ ଦେଶମୁଖ, ସୁନୀଲ ସେଠୀ, ଅମିର ଖାନଙ୍କ ଭଳି ଅନେକ ନାମିଦାମୀ ଅଭିନେତାମାନେ ଏହି ଫିଲ୍ମଟିକୁ ପସନ୍ଦ କରିଛନ୍ତି । ଆଉ ଏହି ଲିଷ୍ଟରେ ସଲମାନ ଖାନଙ୍କ ନାଁ ମଧ୍ୟ ସାମିଲ ହୋଇଛି ।

CM Bhupesh Baghel To Watch The Kashmir Files Film With Congress BJP MLAS

ସଲମାନ ଖାନ୍ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ କାଶ୍ମୀର ଫାଇଲସକୁ ଖୁବ୍ ପସନ୍ଦ କରିଛନ୍ତି । ଫିଲ୍ମ ଦେଖିବା ପରେ ସଲମାନ ତାଙ୍କ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଫିଲ୍ମଟି ବକ୍ସଅଫିସରେ ଧମାଲ କରିବା ପରେ ସଲମାନ ଖାନ୍ ଅନୁପମ ଖେରଙ୍କୁ ବ୍ୟକ୍ତିଗତ ଭାବେ ଫୋନ କରି ଶୁଭେଚ୍ଛା ଦେଇଛନ୍ତି ।  ଏକ ସାକ୍ଷାତକାରରେ ଅନୁପମ ଖେର ସେହି ଅଭିନେତାମାନଙ୍କ ବିଷୟରେ କହିଥିଲେ ଯେଉଁମାନେ ଫିଲ୍ମ ଦେଖିବା ପରେ ତାଙ୍କୁ ଫୋନ କରିଥିଲେ । ଅନୁପମ କହିଥିଲେ ଯେ, ବ୍ୟକ୍ତିଗତ ଭାବେ ମୁଁ କହୁଛି ସଲମାନ ଫିଲ୍ମ ଦେଖିବା ପରେ ମୋତେ କଲ କରିଥିଲେ ଆଉ ଶୁଭେଚ୍ଛା ଜଣାଇଥିଲେ ।

ସଲମାନଙ୍କ ସହ ଅନେକ ଫିଲ୍ମରେ ଅଭିନୟ କରିସାରିଛନ୍ତି ଅନୁପମ

ସଲମାନ ଓ ଅନୁପମଙ୍କ ସମ୍ପର୍କ ବହୁତ ପୁରୁଣା । ଦୁହେଁ ଅନେକ ଫିଲ୍ମରେ ଏକାଠି ନଜର ଆସିଛନ୍ତି । ଦୁହେଁ ଫିଲ୍ମ ପ୍ରେମ ରତନ ଧନ ପାଓ , ଜାନେ ଏ ମନ୍ ଭଳି ଫିଲ୍ମରେ ନଜର ଆସିସାରିଛନ୍ତି । ତେବେ ଦି କାଶ୍ମୀର ଫାଇଲସ୍ ଫିଲ୍ମ ଲଗାତାର ବକ୍ସ ଅଫିସରେ ନୂଆ ନୂଆ ରେକର୍ଡ କରୁଛି । ଫିଲ୍ମଟି ୨୦୦କୋଟି କ୍ଲବରେ ମଧ୍ୟ ସାମିଲ ହୋଇଯାଇଛି । ଏବଂ ଫିଲ୍ମ ବର୍ତ୍ତମାନ ସୁଧା ୨୧୯.୦୮କୋଟି ରୋଜଗାର କରିସାରିଛି ।